encounter in cuttack
କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ ଗୁରୁତର ଆହତ ହୋଇଛନ୍ତି।
ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି ମଂଗୁ ଓ ଲିପୁଠାରୁ ୨ଟି ବନ୍ଧୁକ ସହ ୧୫ଟି ଗୁଳି ଜବତ ହୋଇଛି।
ପୂର୍ବରୁ କଟକ ପ୍ରତାପନଗରୀରେ ଘଟିଥିବା ଗୁଳିକାଣ୍ଡରେ ଏହି ଦୁଣ ଜଣଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି।
ସୂଚନାଥାଉ କି, ମାର୍ଚ୍ଚ ୪ ପ୍ରତାପନଗରୀ ଗୁଳିକାଣ୍ଡରେ ୩ ଜଣ ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/encounter-in-cuttack_1626432032.jpg)