Advertisment

ଆଜି ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା।  ଏଥିପାଇଁ  ଚଳଚଞ୍ଚଳ ଏକାମ୍ର କ୍ଷେତ୍ର।  ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି। ଭୋର ୪ଟାରୁ  ମନ୍ଦିର ଦ୍ୱାର ଖୋଲାଯାଇ  ମଙ୍ଗଳ  ଆଳତୀ ଓ ଅବକାଶ କରାଯିବା ପରେ  ୫ଟାରୁ  ଶ୍ରଦ୍ଧାଳୁଙ୍କ  ଲାଗି ସାହାଣ ମେଲା ଦର୍ଶନ କରାଯାଇଥିଲା। ସକାଳ ୬ଟା୩୦ରୁ  ସାହାଣ ମେଲା ଦର୍ଶନ ବନ୍ଦ ହେବା ପରେ ଛାମୁ ପରିଷ୍କାର, ମାଘସ୍ନାନ, ବେଶ କରାଯାଇ  ମହାପ୍ରଭୁଙ୍କର ଧୂପ ହୋଇଛି। ଦିନ ୧୨ଟା ୩୦ରେ  […]

ଆଜି ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

lingaraj temple

Advertisment

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା।  ଏଥିପାଇଁ  ଚଳଚଞ୍ଚଳ ଏକାମ୍ର କ୍ଷେତ୍ର।  ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି। ଭୋର ୪ଟାରୁ  ମନ୍ଦିର ଦ୍ୱାର ଖୋଲାଯାଇ  ମଙ୍ଗଳ  ଆଳତୀ ଓ ଅବକାଶ କରାଯିବା ପରେ  ୫ଟାରୁ  ଶ୍ରଦ୍ଧାଳୁଙ୍କ  ଲାଗି ସାହାଣ ମେଲା ଦର୍ଶନ କରାଯାଇଥିଲା।

Advertisment

ସକାଳ ୬ଟା୩୦ରୁ  ସାହାଣ ମେଲା ଦର୍ଶନ ବନ୍ଦ ହେବା ପରେ ଛାମୁ ପରିଷ୍କାର, ମାଘସ୍ନାନ, ବେଶ କରାଯାଇ  ମହାପ୍ରଭୁଙ୍କର ଧୂପ ହୋଇଛି। ଦିନ ୧୨ଟା ୩୦ରେ  ମହାପ୍ରଭୁ  ଲିଙ୍ଗରାଜଙ୍କର ପହଣ୍ଡି କରାଯିବ।  ଏହା ପରେ ରଥପ୍ରତିଷ୍ଠା  ,ଛେରା ପହଁରା ଏବଂ ଅନ୍ୟ ସମସ୍ତ ପୂଜା ସମାପନ ହେବା  ପରେ ଅପରାହ୍ନ ସାଢେ ୩ଟାରୁ ୪ଟା ମଧ୍ୟରେ ଆରମ୍ଭ ହେବ ରଥଟଣା।

ବିଗତ ବର୍ଷଗୁଡିକରେ  ଦେଖାଯାଉଥିବା  ବିଶୃଙ୍ଖଳାର ଯେପରି ପୁନରାବୃତ୍ତି  ନହୁଏ  ସେଥିପାଇଁ   ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା  ସୂଚନା ଦେଇଛନ୍ତ ମନ୍ଦିରର  କାର୍ଯ୍ୟନିର୍ବାହୀ  ଅଧିକାରୀ। ସେପଟେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Advertisment

ସେପଟେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ମରିଚି କୁଣ୍ଡର ପାଣି ନିଲାମ ହୋଇଛି।  ଗତକାଲି ବିଳମ୍ବିତ ରାତିରେ କୁଣ୍ଡରୁ ୩ ଗରା ପାଣି ନିଲାମ ହୋଇଥିଲା।  ପ୍ରଥମ ଗରା ୧୧ ହଜାର ୧୫୦ ଟଙ୍କାରେ ନିଲାମ ହୋଇଛି।  ଏହାକୁ କଟକ ଜିଲ୍ଲା ତିହିଡ଼ିର ଦମ୍ପତି ଜିତୁ ଲେଙ୍କା ଓ ଜଲି ଲେଙ୍କା ନେଇଛନ୍ତି।  ସେହିପରି ଦ୍ୱିତୀୟ ଗରାକୁ ୭ହଜାର ଶହେ ଟଙ୍କାରେ ଭୁବନେଶ୍ୱର ପଟିଆର ସ୍ୱର୍ଣ୍ଣଲତା ବେହେରା ଓ ମହେଶ୍ୱର ବେହେରା ଏବଂ ତୃତୀୟ ଗରାକୁ ୫ହଜାର ୬ଶହ ଟଙ୍କାରେ ପୁରୀ ଚାରିଶ୍ରୀର ସୁଶାନ୍ତ ଦାସ ଓ ବିଜୟଲକ୍ଷ୍ମୀ ଦାସ ନେଇଥିଲେ।  ଏଥିସହ ଗତରାତିରେ ରୁକୁଣାରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି।

Lingaraj Temple Rukuna Rath Yatra Lord Lingaraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ