Advertisment

ଝଡ଼ ତୋଫାନରେ ୪୦ରୁ ଅଧିକ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ। ଝଡ଼ତୋଫାନ ଯୋଗୁଁ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ। କେବଳ ଉତ୍ତର ପ୍ରଦେଶରେ ୧୭ଜଣ ପ୍ରାଣ ହରାଇଥିବାବେଳେ, ଏଥିରେ ୮ଜଣ ପର୍ଯ୍ୟଟକ ଅଛନ୍ତି। ସେହିଭଳି ପଶ୍ଚିମବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ୯ଜଣ ଓ ଦିଲ୍ଲୀରେ ୪ଜଣଙ୍କ ମୃତ୍ୟୁ ହୋଇଛି।  ଝଡ଼ତୋଫାନ ଯୋଗୁଁ ଶତାଧିକ ଆହତ ହୋଇଥିବା କୁହାଯାଉଛି। ୟୁପିର କାଶଗଂଜ, କନୌଜ, ଆଲିଗଡ଼, ଗାଜିଆବାଦ, ନୋଏଡା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦିଲ୍ଲୀ କାନପୁର ହାଇୱେରେ […]

ଝଡ଼ ତୋଫାନରେ ୪୦ରୁ ଅଧିକ ମୃତ, ଶତାଧିକ ଆହତ

thunderstorm

Advertisment

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ। ଝଡ଼ତୋଫାନ ଯୋଗୁଁ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ। କେବଳ ଉତ୍ତର ପ୍ରଦେଶରେ ୧୭ଜଣ ପ୍ରାଣ ହରାଇଥିବାବେଳେ, ଏଥିରେ ୮ଜଣ ପର୍ଯ୍ୟଟକ ଅଛନ୍ତି। ସେହିଭଳି ପଶ୍ଚିମବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ୯ଜଣ ଓ ଦିଲ୍ଲୀରେ ୪ଜଣଙ୍କ ମୃତ୍ୟୁ ହୋଇଛି।  ଝଡ଼ତୋଫାନ ଯୋଗୁଁ ଶତାଧିକ ଆହତ ହୋଇଥିବା କୁହାଯାଉଛି।

Advertisment

ୟୁପିର କାଶଗଂଜ, କନୌଜ, ଆଲିଗଡ଼, ଗାଜିଆବାଦ, ନୋଏଡା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦିଲ୍ଲୀ କାନପୁର ହାଇୱେରେ ଝଡ ତୋଫାନ ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକାଧିକ କଣ୍ଟେନର ସହ ଅନେକ କାର ଏବଂ ବାଇକ ଓଲଟି ପଡିଥିବା ଦେଖିବାକୁ ମିଳିଛି। ଫଳରେ ଉକ୍ତ ରାସ୍ତାରେ ଟ୍ରାଫିକ ଜାମ ଦେଖାଦେଇଛି।  କିଛି ବାଇକ ଉପରେ କଣ୍ଟେନର ପଡିଯାଇଥିବାରୁ ଅନେକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି।

ସେହିପରି ଉତ୍ତରପ୍ରଦେଶ ସାମ୍ଭାଲ୍‌ରେ କାଳବୈଶାଖୀ ଯୋଗୁଁ ବ୍ୟାପକ ଅଗ୍ନିକାଣ୍ଡ ହୋଇଛି।  ୫୦ରୁ ଅଧିକ ଘରେ ନିଆଁ ଲାଗିବା ଫଳରେ ଅନେକ ପ୍ରାଣ ହରାଇଛନ୍ତି।  ଯେଉଁଥିରେ କିଛି ଶିଶୁ ଏବଂ ଗୃହପାଳିତ ପଶୁ ଥିବା କୁହାଯାଉଛି।  ସେହିପରି ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଅନେକ ସ୍ଥାନରେ ଝଡ ତୋଫାନ ଯୋଗୁଁ ଗଛ ପତ୍ର ସହ ଘର ଦ୍ୱାର  ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।  କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି।  ଏଥିରେ ଏନ୍‌ଡ଼ିଆର୍‌ଏଫ୍‌ ଓ ଏସ୍‌ଡ଼ିଆର୍‌ଏଫ୍ ନିୟୋଜିତ ହୋଇଛନ୍ତି।

Advertisment
Thunderstorm Kalabaisakhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ