Advertisment

କାଳବୈଶାଖୀ ସମ୍ଭାବନା; ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର: ତତଲା କଡ଼େଇରେ ସାରା ଓଡ଼ିଶା।  ଖରା, ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାକୁ ନେଇ ଗୁରୁବାର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ପାଣିପାଗ ବିଭାଗ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦ […]

କାଳବୈଶାଖୀ ସମ୍ଭାବନା; ଘଡ଼ଘଡ଼ି ସହ ହୋଇପାରେ ବର୍ଷା

monsoon

Advertisment

ଭୁବନେଶ୍ୱର: ତତଲା କଡ଼େଇରେ ସାରା ଓଡ଼ିଶା।  ଖରା, ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାକୁ ନେଇ ଗୁରୁବାର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଏନେଇ ପାଣିପାଗ ବିଭାଗ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦ ରୁ ୬୦ କି.ମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଅନ୍ୟପକ୍ଷରେ, କାଳବୈଶାଖୀ ହେବା ଫଳରେ ତାତି କମିବାର ଆଶଙ୍କା କରାଯାଉଛି।

ସୂଚନାଥାଉ କି, ବୁଧବାର ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ସବୁଠରୁ ଉତ୍ତପ୍ତ ସହର ଥିଲା। ଟିଟିଲାଗଡ଼ର ତାପମାତ୍ରା ୪୨.୫ ଡିଗ୍ରୀ ଥିବାବେଳେ ବଲାଙ୍ଗିର ୪୨ଡିଗ୍ରୀ, ହୀରାକୁଦ ଓ ସୋନପୁର ୪୧.୬ ଡିଗ୍ରୀ, ସମ୍ବଲପୁର ୪୧.୨ ଓ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରୀ ଥିଲା।

Advertisment
Odisha Thunderstorm Warning Kalabaisakhi Kalabaisakhi In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ