Advertisment

ନ୍ୟାୟ ପାଇଁ ଥାନାକୁ ଆସିଥିଲେ ମହିଳା, ହେଲେ ତାଙ୍କ ଭାଇଙ୍କୁ ମାଡ଼ ମାରିଲା ପୋଲିସ

ବାଲେଶ୍ୱର: ନ୍ୟାୟ ପାଇଁ ପୋଲିସ ପାଖକୁ ଆସିଥିବା ବେଳେ ପୋଲିସର ଆକ୍ରମଣ ଅଭିଯୋଗ । ବାଲେଶ୍ୱର ସିମୁଳିଆ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୋଲିସ ପଦକ୍ଷେପ ନ ନେବାରୁ…

ନ୍ୟାୟ ପାଇଁ ଥାନାକୁ ଆସିଥିଲେ ମହିଳା, ହେଲେ ତାଙ୍କ ଭାଇଙ୍କୁ ମାଡ଼ ମାରିଲା ପୋଲିସ

Police Beating

Advertisment

ବାଲେଶ୍ୱର: ନ୍ୟାୟ ପାଇଁ ପୋଲିସ ପାଖକୁ ଆସିଥିବା ବେଳେ ପୋଲିସର ଆକ୍ରମଣ ଅଭିଯୋଗ । ବାଲେଶ୍ୱର ସିମୁଳିଆ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୋଲିସ ପଦକ୍ଷେପ ନ ନେବାରୁ ସେ ନ୍ୟାୟ ପାଇଁ ଥାନାକୁ ଆସିଥିଲେ । ମାତ୍ର ଏହି ସମୟରେ ପୋଲିସ ତାଙ୍କ ଭାଇକୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ନ୍ୟାୟ ପାଇଁ ସେ ଦାବି କରିଛନ୍ତି ।

Advertisment

ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିମୁଳିଆ ଥାନା ଅଧିକାରୀ । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ କହିଛନ୍ତି ।

publive-image

ସୂଚନାଯୋଗ୍ୟ, ଜଣେ ମହିଳା ଫେସ୍‌ବୁକ୍‌ ମାଧ୍ୟମରେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଫେସ୍‌ବୁକ୍‌ରେ କିଛି ଦିନ କଥା ହେବା ପରେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ବିବାହର ମାସେ ପର୍ଯ୍ୟନ୍ତ ସେମାନେ ଚେନ୍ନାଇରେ ରହିବା ପରେ ଓଡ଼ିଶା ଫେରି ଆସିଥିଲେ । ହେଲେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣଙ୍କ ତାଙ୍କୁ ଭୁବନେଶ୍ୱରରେ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି ।

Advertisment

ଏହାପରେ ଯବତୀ ସିମୁଳିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ । ହେଲେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମହିଳାଙ୍କୁ ନ୍ୟାୟ ମିଳିନଥିଲା । ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କ କଥାକ ଗୁରୁତ୍ୱ ଦେଇନଥିଲା ।

ଫଳରେ ସେ ଥାନାରୁ ନିରାଶ ହେବା ପରେ ନିଜ ଦେହରେ, ଥାନା ବାହାରେ କେରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ତାଙ୍କୁ ନିଆଁ ଲଗାଇବାରୁ ରୋକିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ଯୁବତୀଙ୍କ ଭାଇକୁ ପୋଲିସ ମାଡ଼ ମାରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଅଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ l

Advertisment

Odisha Balasore Lady Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ