Advertisment

ମହିଳା ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଦେଲେ ରାଜ୍ୟପାଳ

ଚେନ୍ନାଇ: ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଅଡୁଆରେ ତାମିଲନାଡୁ ରାଜ୍ୟପାଳ। ଗତକାଲି ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ଜଣେ ମହିଳା ସାମ୍ବାଦିକଙ୍କ ଗାଲକୁ ଛୁଇଁ ଦେଇଥିଲେ। ସାମ୍ବାଦିକା ଜଣଙ୍କ ତାଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ରାଜ୍ୟପାଳ ପ୍ରଶ୍ନକୁ ଏଡାଇ ଯାଇ ତାଙ୍କ ଗାଲକୁ ଛୁଇଁଥିଲେ। ସେପଟେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ମହିଳା ସାମ୍ବାଦିକ। ସେ ଟ୍ୱିଟ୍‌ କରି ରାଜ୍ୟପାଳଙ୍କ ବ୍ୟବହାର ଠିକ୍‌ ନୁହେଁ ବୋଲି ଦର୍ଶାଇଛନ୍ତି। ଏସବୁ ଘଟଣା ଘଟିଥିଲା […]

ମହିଳା ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଦେଲେ ରାଜ୍ୟପାଳ

Tamil Nadu

Advertisment

ଚେନ୍ନାଇ: ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଅଡୁଆରେ ତାମିଲନାଡୁ ରାଜ୍ୟପାଳ। ଗତକାଲି ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ଜଣେ ମହିଳା ସାମ୍ବାଦିକଙ୍କ ଗାଲକୁ ଛୁଇଁ ଦେଇଥିଲେ।

Advertisment

ସାମ୍ବାଦିକା ଜଣଙ୍କ ତାଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ରାଜ୍ୟପାଳ ପ୍ରଶ୍ନକୁ ଏଡାଇ ଯାଇ ତାଙ୍କ ଗାଲକୁ ଛୁଇଁଥିଲେ। ସେପଟେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ମହିଳା ସାମ୍ବାଦିକ। ସେ ଟ୍ୱିଟ୍‌ କରି ରାଜ୍ୟପାଳଙ୍କ ବ୍ୟବହାର ଠିକ୍‌ ନୁହେଁ ବୋଲି ଦର୍ଶାଇଛନ୍ତି।

ଏସବୁ ଘଟଣା ଘଟିଥିଲା ରାଜ୍ୟପାଳଙ୍କ ଦ୍ୱାରା ଡକାଇଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ।  ତାମିଲନାଡୁରେ ସେକ୍ସ ଫର ଡିଗ୍ରୀ ବିବାଦରେ ତାମିଲନାଡୁ ରାଜ୍ୟପାଳଙ୍କ ନାଁ ଉଠିବା ପରେ ଏହାର ସ୍ପଷ୍ଟୀକରଣ ଦେବା ପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।  କିନ୍ତୁ ସାମ୍ବାଦିକ ସମ୍ମିଳନୀ ପରେ ପୁଣି ଆଉ ଏକ ବିବାଦ ସୃଷ୍ଟି ହୋଇଛି।

Advertisment

ଡିଏମକେର ରାଜ୍ୟସଭା ସାଂସଦ କାନିମୋଝି ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ବ୍ୟକ୍ତିମାନେ ସେମାନଙ୍କ ମର୍ଯ୍ୟାଦା ବିଷୟରେ ଅବଗତ ରହିବା ଦରକାର। କାହାର ବ୍ୟକ୍ତିଗତ ବ୍ୟାପାରରେ ଅନୁପ୍ରବେଶ କରିବା ଉଚିତ ନୁହେଁ ବୋଲି କାନିମୋଝି ଟ୍ୱିଟ୍ କରିଛନ୍ତି।

Tamil Nadu Tamil Nadu Governor Tamil Nadu Governor Touches Woman Journalist Cheek
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ