school--
ଭୁବନେଶ୍ୱର : ଆଜିଠାରୁ ସ୍କୁଲରେ ଖରାଛୁଟି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗତକାଲି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଖରାଛୁଟିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସ୍ପଷ୍ଟ କରିଛନ୍ତି। ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ଆଜି ଠାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ।
ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ରହୁଥିବାବେଳେ କେତେକ ସ୍ଥାନରେ ଲଗାତର ଭାବେ ୪୨ଡିଗ୍ରି ଉପରେ ରହୁଛି। ଏପରିକି ୪୩ଡିଗ୍ରି ଛୁଇଁ ସାରିଲାଣି। ଏପରିସ୍ଥଳେ ଛାତ୍ରଛାତ୍ରୀ ସ୍କୁଲ ଛୁଟି ହେବା ପରେ ଘରକୁ ଫେରିବା କଷ୍ଟକର ହେଉଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ବି ଏପ୍ରିଲ ୨୫ରୁ ଆଗୁଆ ଖରା ଛୁଟି ଘୋଷଣା ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/school-_1626501665.jpg)