storm
ନୂଆଦିଲ୍ଲୀ: ପୁଣି ଆଉ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଉତ୍ତରାଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ,ମଣିପୁର, ମିଜୋରାମ, ତ୍ରିପୁରା ଓ ସିକିମ୍ର ବିଭିନ୍ନ ସ୍ଥାନରେ ଆଜି ଘୂର୍ଣ୍ଣିଝଡ଼ ହେବାନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ଘୂର୍ଣ୍ଣିଝଡ଼ର ଆଶଙ୍କା ନେଇ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶକୁ ସତର୍କ ସୂଚନା ଜାରି କରାଯାଇଥିଲା।
ଗତ ଦୁଇ ଦିନ ଧରି ଉତ୍ତର ଭାରତରେ ହୋଇଥିବା ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୨୦ ଟପିଛି। ୩ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୭୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାଜସ୍ଥାନରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/storm_1626503576.jpg)