Advertisment

ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର

ପୁରୀ: ପୁରୀ ସଦର ଥନା ରେଣ୍ଡାଗଡ଼ ଗାଁ ନିକଟରୁ ୬ଟି ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର। ଉଦ୍ଧାର ମୂର୍ତ୍ତି ଓ ପ୍ରଭା ରେଣ୍ଡାଗଡ ନୃସିଂହ ମଠର ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ କିଛି ପିଲା ନଦୀ ବନ୍ଧ ନିକଟ ଆମ୍ବଗଛ ମୂଳେ ଏକ ବ୍ୟାଗ ପଡିଥିବା ଦେଖିଥିଲେ। ପରେ ବ୍ୟାଗ୍‌ରେ ମୂର୍ତ୍ତି ଥିବା ଦେଖି ସ୍ଥାନୀୟ ନୃସିଂହ ମଠକୁ ଖବର ଦେଇଥିଲେ। ଏହାପରେ ମଠ କର୍ମଚାରୀ ମୂର୍ତ୍ତି ଏବଂ ପ୍ରଭାକୁ ଦେଖିବା ପରେ […]

ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର

astadhatu

Advertisment

ପୁରୀ: ପୁରୀ ସଦର ଥନା ରେଣ୍ଡାଗଡ଼ ଗାଁ ନିକଟରୁ ୬ଟି ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର। ଉଦ୍ଧାର ମୂର୍ତ୍ତି ଓ ପ୍ରଭା ରେଣ୍ଡାଗଡ ନୃସିଂହ ମଠର ବୋଲି ଜଣାପଡିଛି।

Advertisment

ସୂଚନା ଅନୁସାରେ ଆଜି ସକାଳେ କିଛି ପିଲା ନଦୀ ବନ୍ଧ ନିକଟ ଆମ୍ବଗଛ ମୂଳେ ଏକ ବ୍ୟାଗ ପଡିଥିବା ଦେଖିଥିଲେ। ପରେ ବ୍ୟାଗ୍‌ରେ ମୂର୍ତ୍ତି ଥିବା ଦେଖି ସ୍ଥାନୀୟ ନୃସିଂହ ମଠକୁ ଖବର ଦେଇଥିଲେ। ଏହାପରେ ମଠ କର୍ମଚାରୀ ମୂର୍ତ୍ତି ଏବଂ ପ୍ରଭାକୁ ଦେଖିବା ପରେ ତାହା ଉକ୍ତ ମଠର ବୋଲି ସ୍ପଷ୍ଟ କରିଥିଲେ।

ସୂଚନାଥାଉ କି, ଗତ ଜାନୁୟାରୀ ୮ ତାରିଖରେ ନୃସିଂହ ମଠରୁ ୬ଟି ଅଷ୍ଟଧାତୁ ମୂର୍ତ୍ତି, ପ୍ରଭା, ସୁନା କିରଟି, ରୁପା କିରଟି ଓ ଦାନ ବାକ୍ସ ଲୁଟ୍‌ ହୋଇଥିଲା।  ଏନେଇ ମଠ ତରଫରୁ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।  ତେବେ ଆଜି ହଠାତ୍‌ ମୂର୍ତ୍ତି ଏବଂ ପ୍ରଭା ମିଳିଥିବାବେଳେ, ଲୁଟ୍ ହୋଇଥିବା ସୁନା ଗହଣା ଏବଂ ଟଙ୍କା ମିଳିନାହିଁ ।

Advertisment
Odisha Nrusinghanath Temple Stolen Astadhatu Idols Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ