Advertisment

ବିବାହ କରିବେ ସୋନମ୍!

ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ବିବାହ ପରେ ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁରଙ୍କ ଘରେ ସାହାନାଇର ବାଜିବ। ସୂଚନା ଅନୁସାରେ, ସୋନମ୍ ଜୁନ୍ ମାସରେ ତାଙ୍କ ଲଙ୍ଗ୍ ଟାଇମ୍ସ ବୟଫ୍ରେଣ୍ଡ ଆନନ୍ଦ ଅହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। Veere Di Wedding ଫିଲ୍ମ ରିଲିଜ୍ ହେବାପରେ ସୋନମ୍ ଲଣ୍ଡନରେ ଆନନ୍ଦଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି। ବିବାହକୁ ନେଇ ପରିବାର ସହ କଥାବାର୍ତ୍ତା: ବିବାହ କେଉଁଠି ହେବ ଭାରତରେ […]

ବିବାହ କରିବେ ସୋନମ୍!

sonam kapoor

Advertisment

ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ବିବାହ ପରେ ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁରଙ୍କ ଘରେ ସାହାନାଇର ବାଜିବ।

Advertisment

sonam-anand

ସୂଚନା ଅନୁସାରେ, ସୋନମ୍ ଜୁନ୍ ମାସରେ ତାଙ୍କ ଲଙ୍ଗ୍ ଟାଇମ୍ସ ବୟଫ୍ରେଣ୍ଡ ଆନନ୍ଦ ଅହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। Veere Di Wedding ଫିଲ୍ମ ରିଲିଜ୍ ହେବାପରେ ସୋନମ୍ ଲଣ୍ଡନରେ ଆନନ୍ଦଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି।

sonam-anand

ବିବାହକୁ ନେଇ ପରିବାର ସହ କଥାବାର୍ତ୍ତା: ବିବାହ କେଉଁଠି ହେବ ଭାରତରେ ହେବ ନା ଅନ୍ୟ କେଉଁଠି, ଏହାକୁ ନେଇ ବହୁତ ଦିନ ଧରି ଉଭୟ ପରିବାର ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଏବେ ଶୁଣାଯାଉଛି କି ସୋନମ୍ ଲଣ୍ଡନରେ ବିବାହ କରିବାକୁ ଚାହୁଁଛନ୍ତି।

Advertisment

publive-image

ଏହି ଡିଜାଇନର ସୋନମଙ୍କ ୱେଡ଼ିଙ୍ଗ ଆଉଟଫିଟ୍ ଡ଼ିଜାଇନ୍ କରିବେ: କେବଳ ଏତିକି ନୁହେଁ, ସୋନମ୍ ବିବାହରେ କ’ଣ ପିନ୍ଧିବେ ସେନେଇ ମଧ୍ୟ ପୂରା ପ୍ଲାନିଂ ପ୍ରସ୍ତୁତ କରିସାରିଛନ୍ତି। ସୋନମଙ୍କ ୱେଡ଼ିଙ୍ଗ ଆଉଟଫିଟର ଡ଼ିଜାଇନ୍ ଅବୁ ଜାନି ଓ ସନ୍ଦୀପ ଖୋସଲା ଦୁହେଁ ମିଶିକି ଡ଼ିଜାଇନ୍ କରିବେ ବୋଲି ଜଣାପଡ଼ିଛି।

publive-image

ବିବାହକୁ ନେଇ ସୋନମଙ୍କୁ ପ୍ରଶ୍ନ: କିଛି ଦିନ ପୂର୍ବରୁ ସୋନମଙ୍କୁ ବିବାହକୁ ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା। ଯାହାର ଉତ୍ତରରେ ସୋନମ କହିଥିଲେ, ‘ସେ ତାଙ୍କ ପ୍ରାଇଭେଟ ଲାଇଫ୍ ସମ୍ପର୍କରେ କିଛି ଆଲୋଚନା କରିବାକୁ ଚାହୁଁନାହାନ୍ତି। ଏନେଇ ସେ କେବେ ବି କୌଣସି କମେଣ୍ଟ ଦେଇ ନାହାନ୍ତି କି ଦେବେ ବି ନାହିଁ ବୋଲି ମଧ୍ୟ କହିଥିଲେ।

Advertisment

publive-image

ଦୀର୍ଘ ଦିନ ଧରି ସୋନମ, ଆନନ୍ଦଙ୍କ ସହ ଡେଟିଂ କରି ଆସୁଥିଲେ। ଯଦିଓ ଆନନ୍ଦଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସୋନମ ଆଜି ଯାଏଁ ମୁହଁ ଖୋଲି ନାହାନ୍ତି, ତଥାପି ବିଭିନ୍ନ ସ୍ଥାନରେ ଆନନ୍ଦଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି। ଏଥିସହ ସୋସିଆଲ ମିଡ଼ିଆରେ ଆନନ୍ଦଙ୍କ ସହ ଫଟୋ ଇତ୍ୟାଦି ପୋଷ୍ଟ କରିବା ନେଇ ସବୁକିଛି କଥା ସ୍ପଷ୍ଟ ଆପେଆପେ ସ୍ପଷ୍ଟ ହେଉଯାଉଥିଲା।

publive-image

ସୋନମ କପୁର ବହୁତ ଶୀଘ୍ର ‘Veere Di Wedding’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମ ଜୁନରେ ରିଲିଜ ହେବ। ଫିଲ୍ମରେ ସୋନମଙ୍କ ସହ କରୀନା କପୁର ଓ ସ୍ୱରା ଭାସ୍କର ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ ନେଇ ନଜର ଆସିବେ।

Sonam Kapoor Sonam Kapoor Anand Ahuja Sonam Kapoor Marriage Sonam Kapoor Tie Knot Sonam Kapoor Wedding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ