sonam
ବଲିଉଡ ଅଭିନେତ୍ରୀ ସୋନମ୍ କପୁରଙ୍କ ଆଜି ବାହାଘର। ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୁରା କପୁର୍ ଫ୍ୟାମିଲି ଚଳ ଚଞ୍ଚଳ ହୋଇ ଉଠିଛି।
ସୋନମ୍ଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି। ସୋନମ୍ଙ୍କ ମୁମ୍ବାଇ ବାସଭବନରେ ଗତ ଦୁଇ ଦିନ ଧରି ସମ୍ପକୀୟ ଏବଂ ବଲିଉଡ ଷ୍ଟାରଙ୍କ ଭିଡ ଜମିଲାଣି।
ମିଳିଥିବା ସୂଚନା ମୁତାବକ ପାରମ୍ପରିକ ଶିଖ୍ ରୀତି ନୀତିରେ ଉଭୟ ବିବାହ କରିବେ। କପୁରଙ୍କ ବାଦ୍ରା ସ୍ଥିତ ରକ୍ଡାଲେ ଆପାଟ୍ମେଣ୍ଟରେ ଏହି ବିବାହ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ଏକ ପଞ୍ଚ ତାରକା ହୋଟେଲରେ ଗ୍ରାଣ୍ଟ ପାର୍ଟିର ଆୟୋଜନ ହୋଇଛି। ଯେଉଁଠି ବଲିଉଡ୍ ସମେତ ରାଜନୈତିକ ଜଗତର ବହୁ ନାମି ଦାମୀ ଚେହେରା ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sonam_1626504207.jpg)