snow fall
ଶ୍ରୀନଗର: ଏବେ ଚାରିଆଡେ ଅନୁଭୂତ ହେଉଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରାରେ ବୃଦ୍ଧି ଯୋଗୁଁ ବଢୁଛି ତାତି ହେଲେ ଜାମ୍ମୁ କାଶ୍ମୀରର ପର୍ଯ୍ୟଟନସ୍ଥଳୀ ପହଲଗାମରେ କିନ୍ତୁ ଏବେ ହେଉିଛି ପ୍ରବଳ ବରଫପାତ।
ରାଜ୍ୟର ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଲଗାତର ଦୁଇ ଦିନ ଧରି ପ୍ରବଳ ପରିମାଣରେ ତୁଷାରପାତ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ଅନନ୍ତନାଗ ଜିଲ୍ଲାରେ ଥିବା ଏ ଅଞ୍ଚଳକୁ ବହୁ ସଂଖ୍ୟା ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।
ଗଲା ଦୁଇ ଦିନ ଧରି ଏ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବାରୁ ତୁଷାରପାତ ଦେଖିବାକୁ ମିଳିଛି। ଖରାଦିନ ଆରମ୍ଭରୁ ଏଭଳି ବରଫପାତର ଦୃଶ୍ୟ ଦେଖି ଖୁବ ମଜା ନେଇଥିଲେ ପର୍ଯ୍ୟଟକ।
କେବଳ ପହଲଗାମ ନୁହେଁ, ଗୁଲମାର୍ଗ, କୁଫ୍ରି ଅଞ୍ଚଳରେ ମଧ୍ୟ କେତେକାଂଶରେ ବରଫପାତ ଦେଖିବାକୁ ମିଳିଛି। ସେପଟେ ଏଭଳି ଅଦିନିଆ ବରଫପାତ ଯୋଗୁଁ କିଛି ଅଞ୍ଚଳରେ ବରଫ ଅତଡ଼ା ଧସିବା ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କ ସୁଚନା ଜାରି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/snow-fall_1626432640.jpg)