Advertisment

କାହାକୁ ବାହା ହେବେ ଶ୍ରଦ୍ଧା? ଏମିତି କହିଲେ ବାପା

ମୁମ୍ବାଇ: ନିଜ ପସନ୍ଦରେ ବିବାହ କରିବେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌। ତାଙ୍କର ଏହି ପସନ୍ଦରେ ପରିବାର ଲୋକଙ୍କ ମଧ୍ୟ କୌଣସି ଆପତ୍ତି ନାହିଁ। ପଢ଼ନ୍ତୁ ପୂରା ଘଟଣା କ’ଣ… ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଲଭ୍‌ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ନୂଆ କଥା ସାମ୍‌ନାକୁ ଆସିଛି। ନିଜ ପସନ୍ଦ ଅନୁସାରେ ପୁଅ  ଠିକ୍‌ କରି ବିବାହ କରିବେ ବୋଲି କହିଛନ୍ତି ଶ୍ରଦ୍ଧାଙ୍କ ବାପା ତଥା […]

କାହାକୁ ବାହା ହେବେ ଶ୍ରଦ୍ଧା? ଏମିତି କହିଲେ ବାପା

shraddha kapoor

Advertisment

ମୁମ୍ବାଇ: ନିଜ ପସନ୍ଦରେ ବିବାହ କରିବେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌। ତାଙ୍କର ଏହି ପସନ୍ଦରେ ପରିବାର ଲୋକଙ୍କ ମଧ୍ୟ କୌଣସି ଆପତ୍ତି ନାହିଁ।

Advertisment

ପଢ଼ନ୍ତୁ ପୂରା ଘଟଣା କ’ଣ...

ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଲଭ୍‌ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ନୂଆ କଥା ସାମ୍‌ନାକୁ ଆସିଛି। ନିଜ ପସନ୍ଦ ଅନୁସାରେ ପୁଅ  ଠିକ୍‌ କରି ବିବାହ କରିବେ ବୋଲି କହିଛନ୍ତି ଶ୍ରଦ୍ଧାଙ୍କ ବାପା ତଥା ଅଭିନେତା ଶକ୍ତି କପୁର୍‌।

publive-image

ଶକ୍ତି ତାଙ୍କ ଆଗାମୀ ଫିଲ୍ମ ‘ଦ ଜର୍ଣ୍ଣି ଅଫ୍‌ କର୍ମ’ ର  ଟିଜର୍‌ ଓ ପୋଷ୍ଟର ଲଞ୍ଚ ସମୟରେ ଏହା କହିଛନ୍ତି। ‘ପ୍ରତ୍ୟେକ ବାପା ଚାହାଁନ୍ତି ତାଙ୍କ ଝିଅ ଗୋଟେ ଭଲ ଓ ସମ୍ମାନଜନକ ପରିବାରରେ ବିବାହ କରୁ ବୋଲି। ଠିକ୍‌ ମୁଁ ବି ମଧ୍ୟ ସେଇୟା ଚାହେଁ। ମୁଁ ଭାବୁଛି କି, ଶ୍ରଦ୍ଧା ତା’ର ପର୍ସନାଲ ଓ ପ୍ରଫେସ୍‌ନାଲ୍‌ ଲାଇଫ୍‌ରେ ଆଗକୁ ବଢ଼ୁ। ଜଣେ ବାପା ହିସାବରେ ମୁଁ କହିବି କି ଛୁଆମାନଙ୍କୁ ସେମାନଙ୍କର ପସନ୍ଦରେ କିଛି କରିବା ପାଇଁ ସ୍ୱାଧୀନତା ମିଳୁ ବୋଲି। କାରଣ ବର୍ତ୍ତମାନ ଆଉ ସେ ସମୟ ନାହିଁ, ଯେଉଁଠି ବାପା-ମାଆ ସେମାନଙ୍କ ଛୁଆଙ୍କ ବିବାହ ନିଜ ଇଚ୍ଛାରେ କରୁଥିଲେ’ ବୋଲି କହିଛନ୍ତି ଶକ୍ତି। ଶ୍ରଦ୍ଧାଙ୍କ ବିବାହକୁ ନେଇ ଶକ୍ତିଙ୍କୁ ପଚରାଯିବା ପରେ ସେ ଏଭଳି ଉତ୍ତର ରଖିଥିଲେ।

Advertisment

publive-image

ଏମିତିରେ ବି ଶ୍ରଦ୍ଧା ତାଙ୍କ ଫିଲ୍ମ କ୍ୟାରିୟରକୁ ନେଇ ବହୁତ ବ୍ୟସ୍ତ। ଯେତେବେଳେ ସେ ତାଙ୍କ ବିବାହ ପ୍ଲାନ୍‌ କଥା ଜଣାଇବେ ଓ ତାଙ୍କ ନିଜ ଇଚ୍ଛାରେ ବିବାହ କରିବେ ବୋଲି କହିବେ, ତେବେ ଆମ୍ଭମାନେ ଏଥିରେ କିଛି ଆପତ୍ତି ଉଠାଇବୁ ନାହିଁ ବୋଲି କହିଛନ୍ତି ଅଭିନେତା ଶକ୍ତି କପୁର୍‌।

publive-image

ଶ୍ରଦ୍ଧା ଓ ଫରହାନ୍ ଅଖତର୍‌ଙ୍କ ମଧ୍ୟରେ ଲଭ ଆଫାୟର୍ସକୁ ନେଇ ଶୁଣିବାକୁ ମିଳିଥିଲା । ଆଉ ଏହି ପ୍ରେମକୁ ସଫଳ କରିବାକୁ ଫରହାନଙ୍କ ସହ ଲିଭ୍ ଇନ୍ ରିଲେସନରେ ରହିବା ପାଇଁ ଶ୍ରଦ୍ଧା ନିଜ ଘର ଛାଡି ଚାଲି ଆସିଥିଲେ । ତେବେ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ ଶକ୍ତି କପୁର୍ । ଶ୍ରଦ୍ଧାଙ୍କୁ ଫେରାଇ ଆଣିବାକୁ ଫରହାନ୍‌ଙ୍କ ଘରେ ପହଞ୍ଚିଥିଲେ ଓ ବଳପୂର୍ବକ ଟାଣି ଟାଣି ନିଜ ଘରକୁ ନେଇ ଆଣିଥିଲେ ବୋଲି ଶୁଣିବାକୁ ମିଳିଥିଲା।

Advertisment

publive-image

ଶ୍ରଦ୍ଧାଙ୍କୁ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ୍‌ରେ ଦେଖିବାକୁ ମିଳିବ। ଏଥିରେ ଶ୍ରଦ୍ଧା, ସାଇନାଙ୍କ ଭୂମିକାରେ ଅଭିନୟ କରିବାର ଦର୍ଶକ ଦେଖିବେ। ଏଥିସହ ଶ୍ରଦ୍ଧାଙ୍କୁ ‘ସାହୋ’  ଫିଲ୍ମରେ ପ୍ରଭାସଙ୍କ ସହ ଅଭିନୟ କରୁଥିବାର ନଜର ଆସିବେ।

Farhan Akhtar Shraddha Kapoor Shakti Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ