Advertisment

ଅଧ୍ୟାପନାରୁ ଅାତଙ୍କବାଦ

ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି ଭଟ୍ଟ। କିନ୍ତୁ କିଛି ଦିନ ହେଲା ସେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ପୋଲିସ। […]

ଅଧ୍ୟାପନାରୁ ଅାତଙ୍କବାଦ

professor

Advertisment

ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି ଭଟ୍ଟ। କିନ୍ତୁ କିଛି ଦିନ ହେଲା ସେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ଥିବା ପୋଲିସକୁ ସୂଚନା ମିଳିଥିଲା।

Advertisment

ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ପୋଲିସ। ତେବେ ଗତ ଶୁକ୍ରବାର ଠାରୁ ଭଟ୍ଟ ନିଖୋଜ ଥିଲେ। ଆଜି ସୁରକ୍ଷାକର୍ମୀ କିଛି ଆତଙ୍କବାଦୀଙ୍କୁ ଘେରିଥିବା ବେଳେ ସେମାନଙ୍କ ମଧ୍ୟରେ ଭଟ୍ଟ ଥିବା ଜଣାପଡିଥିଲା। ଆତ୍ମସମର୍ପଣ ପାଇଁ ପୋଲିସ ଆତଙ୍କବାଦୀଙ୍କୁ ବାରମ୍ବାର ଆହ୍ୱାନ ଦେଇଥିଲା। ଏପରିକି ଭଟ୍ଟଙ୍କ ପରିବାର ଲୋକଙ୍କୁ ଆଣି ତାଙ୍କୁ ପ୍ରବର୍ତ୍ତାଇବା ଲାଗି ଉଦ୍ୟମ କରାଯାଇଥିଲା।

publive-imageତେବେ ଆତଙ୍କବାଦୀ ପ୍ରଥମେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀଙ୍କୁ ପାଲଟା କାର୍ଯ୍ୟାନୁଷ୍ଠାନ କରିବାକୁ ପଡିଥିଲା। ସେପଟେ ଆତଙ୍କବାଦୀଙ୍କ ବିରୁଦ୍ଧରେ ସେନାର ଅପରେସନକୁ ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି। ଏହାକୁ ନେଇ  ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏପରିକି ଅପରେସନ୍ ବେଳେ ସ୍ଥାନୀୟ ଲୋକ ସୁରକ୍ଷାକର୍ମୀଙ୍କ ଉପରେ ଟେକାପଥର ମାଡ଼ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। ଗତକାଲି ଶ୍ରୀନଗରର ତବେଲା ଛତବଲ୍ ଅଞ୍ଚଳରେ ଏନକାଉଣ୍ଟରରେ ଜଣେ ଲସ୍କର କମାଣ୍ଡରଙ୍କ ସହ ତିନିଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

ହିଜବୁଲ କମାଣ୍ଡର ବୁରହାନ ଓ୍ୱାନି ନିହତ ହେବା ପରେ କାଶ୍ମୀରର ଅନେକ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ସୂଚନା ମିଳିଛି। ତେବେ ଏମାନଙ୍କ ମଧ୍ୟରୁ ଅନେକ ଅଳ୍ପ ଦିନ ମଧ୍ୟରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେ ନିହତ ହୋଇଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର ଭଟ୍ଟଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡିଛି। ପୂର୍ବରୁ ପାର୍ଲାମେଣ୍ଟ ଆକ୍ରମଣ ଘଟଣାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର SAR ଗିଲାନି ଅଭିଯୁକ୍ତ ଥିଲେ। ପରେ ଅବଶ୍ୟ ସେ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।

Terrorists Shopian Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ