Advertisment

ଥମୁନି ଲଜ୍ଜା: ପୁଣି ୨ ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାର ସାନମସିଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିବା ବେଳେ ସେହି ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ତା’ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ଏନେଇ ନାବାଳିକା ପୀଡିତା ନବରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସାନମସି ଗାଁର ଜଣେ ନାବାଳିକା ଶୌଚ ହେବାକୁ ଯାଉଥିବା ବେଳେ […]

ଥମୁନି ଲଜ୍ଜା: ପୁଣି ୨ ନାବାଳିକାଙ୍କୁ ଦୁଷ୍କର୍ମ

representational image

Advertisment

ଭୁବନେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାର ସାନମସିଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିବା ବେଳେ ସେହି ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ତା’ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ଏନେଇ ନାବାଳିକା ପୀଡିତା ନବରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ସାନମସି ଗାଁର ଜଣେ ନାବାଳିକା ଶୌଚ ହେବାକୁ ଯାଉଥିବା ବେଳେ ସେହି ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇଥିଲେ। ବିବାହ ପ୍ରଲୋଭନ ଦେଖାଇ ନାବାଳିକା ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ।  ପରେ ତାକୁ ଛାଡି ଦେଇଥିବା ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।  ପରେ ମାଆ ଘର ସହାୟତାରେ ପୀଡିତା ନବରଙ୍ଗପୁର ଟାଉନା ଥାନାରେ ଅଭିଯୋଗ କରିଥିଲେ।  ଜିଲ୍ଲା ମାଆ ଘର ପକ୍ଷରୁ ନାବାଳିକାକୁ ସୁରକ୍ଷା ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରାଯାଇଛି।

ସେପଟେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ୧୫ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି।  ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି।  ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି।  ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି।

Advertisment

ଅଭିଯୋଗ ଅନୁଯାୟୀ, ନାବାଳିକାର ପଡ଼ୋଶୀ ଚେଙ୍ଗ ନାମକ ଜଣେ ଯୁବକ ନାବାଳିକ ସହ ପ୍ରେମ ସଂପର୍କ ରଖି ବିବାହ କରିବାର ପ୍ରଲୋଭନ ଦେଖାଇ ନାବାଳିକ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା।  ନାବାଳିକା ଜଣଙ୍କ ମନା କରିବାରୁ ଶୌଚ ପାଇଁ ଯାଇଥିବା ବେଳେ ଏକୁଟିଆ ଦେଖି ଟେକି ନେଇ ତା’ସହ ଦୁର୍ଷମ କରିଥିଲା  ଏବଂ ତାକୁ ମାରିଦେବାର ଧମକ ମଧ୍ୟ ଦେଇଥିଲା। ନାବାଳିକା ଜଣଙ୍କ ବାଲେଶ୍ୱର ଶିଶୁ କଲ୍ୟାଣ ସମିତିରେ ଅଭିଯୋଗ କରିଥିଲେ।  ଅଭିଯୋଗ କ୍ରମେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିମୁଳିଆ ଥାନାରେ ମାମଲା ରୁଜୁ ହୋଇଥିଲା।

Minor Girl Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ