Advertisment

ରତ୍ନଭଣ୍ଡାରକୁ ଯାଞ୍ଚ ଲାଗି ମନୋନୀତ ସଦସ୍ୟ ଯିବା ପ୍ରସଙ୍ଗ : ଗଜପତି ମହାରାଜା ଯାଉ ନଥିବା ଶୁଣି ସେବାୟତ ଅସନ୍ତୁଷ୍ଟ

ପୁରୀ : ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଜପତି ମହାରାଜ ଯାଉ ନ ଥିବା ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗଜପତି ରତ୍ନଭଣ୍ଡାର ଭିତରକୁ ଯାଆନ୍ତୁ ବୋଲି ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ଗଜପତିଙ୍କ ବଦଳରେ ତାଙ୍କ ପ୍ରତିନିଧି ରତ୍ନ ଭଣ୍ଡାରକୁ ଭିତରକୁ ଯିବେ। ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ  ଶ୍ରୀମନ୍ଦିର ପରିଚାଳନା ସଭାର ଓ ବିଭିନ୍ନ […]

ରତ୍ନଭଣ୍ଡାରକୁ ଯାଞ୍ଚ ଲାଗି ମନୋନୀତ ସଦସ୍ୟ ଯିବା ପ୍ରସଙ୍ଗ : ଗଜପତି ମହାରାଜା ଯାଉ ନଥିବା ଶୁଣି ସେବାୟତ ଅସନ୍ତୁଷ୍ଟ

puri

Advertisment

ପୁରୀ : ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଜପତି ମହାରାଜ ଯାଉ ନ ଥିବା ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗଜପତି ରତ୍ନଭଣ୍ଡାର ଭିତରକୁ ଯାଆନ୍ତୁ ବୋଲି ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ନିବେଦନ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗଜପତିଙ୍କ ବଦଳରେ ତାଙ୍କ ପ୍ରତିନିଧି ରତ୍ନ ଭଣ୍ଡାରକୁ ଭିତରକୁ ଯିବେ। ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ  ଶ୍ରୀମନ୍ଦିର ପରିଚାଳନା ସଭାର ଓ ବିଭିନ୍ନ ନିଯୋଗର ରତ୍ନଭଣ୍ଡାର ଖୋଲାଯିବା  ନିଷ୍ପତ୍ତି କ୍ରମେ ମନୋନୀତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଶ୍ରୀଗଜପତି ମହାରାଜଙ୍କ ନାମକୁ ସ୍ଥିରିକୃତ କରାଯାଇ ଘୋଷଣା କରାଯାଇଥିଲା। ମାତ୍ର କିଛି ସମୟ ବ୍ୟବଧାନ ପରେ ଶ୍ରୀଗଜପତିଙ୍କ ବଦଳରେ ତାଙ୍କ ପ୍ରତିନିଧି ଯିବା ପାଇଁ ଗଣମାଧ୍ୟମରେ  ଘୋଷଣା କରାଯାଇଥିଲା।

ଶ୍ରୀ ଗଜପତି ମହାରାଜ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଓ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ। ରତ୍ନ ଭଣ୍ଡାରରେ ସ୍ଥଗିତ ଥିବା ସମସ୍ତ ଦ୍ରବ୍ୟ ଓ ରତ୍ନ ଅଳଙ୍କାର ଗଜପତି ମହାରାଙ୍କ ପୂର୍ବ ପୁରୁଷଙ୍କ ଦ୍ୱାରା ନିର୍ମିତ ଓ ଗଚ୍ଛିତ ରଖାଯାଇଛି। ଏଣୁ ପୁରାତନ ପରମ୍ପରା ଅନୁଯାୟୀ ଗଜପତି ମହାରାଜଙ୍କ ଉପସ୍ଥତିରେ ଏହା ଖୋଲାଯାଉ, ନ ହେଲେ ଏହାପ୍ରଥା ବିରୋଧରେ ଯିବ ଏବଂ ସମସ୍ତ ଜଗନ୍ନାଥ ପ୍ରେମୀ ଓ ସେବାୟତ ସମୂହଙ୍କ ଭାବାବେଗକୁ କୁଠାରଘାତ କରିବ।

Advertisment

ସୂଚନାଯୋଗ୍ୟ, ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ପୂର୍ବରୁ ଦେଇ ସାରିଛନ୍ତି। ମନୋନୀତ ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ଯାଇ ଏହାର ଛାତ ସହ କାନ୍ଥର ଯାଞ୍ଚ କରିବେ। ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଯାଞ୍ଚ ପରେ ତୁରନ୍ତ ମୁଖ୍ୟ ପ୍ରଶାସକଙ୍କୁ ଯାଞ୍ଚକାରୀ ରିପୋର୍ଟ ଦେବେ। ଯାଞ୍ଚ ସମୟରେ କଡ଼ାକଡ଼ି ଭାବେ ଏସ୍ଓପି ପାଳନ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, ଦେଉଳ କରଣ, ASIର ୨ ଜଣ ଯନ୍ତ୍ରୀ, ASI କୋର କମିଟିର ୨ ସଦସ୍ୟ ଜି.ସି.ମିତ୍ର ଓ ଏନ୍.ସି.ପାଲ୍ ଏବଂ ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଏନ୍.କେ.ମହାନ୍ତି ରତ୍ନଭଣ୍ଡାରକୁ ଯିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଏମାନେ ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଶ୍ରୀଲୋକନାଥଙ୍କ ପୂଜାର୍ଚ୍ଚନା କରି ଭିତରେ ଯାହା ଦେଖିବେ ତାହା ପ୍ରକାଶ କରିବେ ନାହିଁ ବୋଲି ଶପଥ ନେବେ।

Advertisment
Puri Srimandir Puri Gajapati Ratna Bhandar Inspection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ