Advertisment

ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୃ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦ୍ରଭାନୁଙ୍କ ବାପୁଜୀନଗର ସ୍ଥିତ ବାସଭବନରେ ବହୁ ପ୍ରମୁଖ ବ୍ୟକ୍ତି, ରାଜନେତା, ସାମ୍ବାଦିକ […]

ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ

journalist

Advertisment

ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୃ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।

Advertisment

ଗତକାଲି ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଚନ୍ଦ୍ରଭାନୁଙ୍କ ବାପୁଜୀନଗର ସ୍ଥିତ ବାସଭବନରେ ବହୁ ପ୍ରମୁଖ ବ୍ୟକ୍ତି, ରାଜନେତା, ସାମ୍ବାଦିକ ଏବଂ ସାହିତ୍ୟିକ ତାଙ୍କର ଶେଷ ଦର୍ଶନ କରିଥିଲେ। ଆଜି ପୁରୀ ସ୍ୱର୍ଗଦ୍ୱାରରେ ଚନ୍ଦ୍ରଭାନୁଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

Advertisment

ରାଜନୈତିକ ସମୀକ୍ଷକ, ସ୍ତମ୍ଭକାର ଭାବେ ଓଡ଼ିଶା ସାମ୍ବାଦିକତାରେ ଥିଲା ଚନ୍ଦ୍ରଭାନୁଙ୍କ ସ୍ୱତନ୍ତ୍ର ପରିଚୟ। ଓଡ଼ିଆ ଦୈନିକ ଖବରକାଗଜ ସମ୍ବାଦରୁ ନିଜର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିବା ଚନ୍ଦ୍ରଭାନୁ ଶତାବ୍ଦୀର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ଦୈନିକ ଖବରକାଗଜ ସମୟ ଓ ସମାଜର ମଧ୍ୟ ସଂପାଦକ ଥିଲେ।  ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଓଡ଼ିଶାର ସଂସ୍କୃତି, ଲୋକକଳା, ପରମ୍ପରା ଓ ଭାଷାକୁ ବଞ୍ଚାଇ ରଖିବାକୁ ସେ ଉଦ୍ୟମ ଜାରି ରଖିଥିଲେ। ଚନ୍ଦ୍ରଭାନୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାଇ ଖେଳିଯାଇଛି।

Journalist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ