Advertisment

କିସ୍ କର୍ତ୍ତୃପକ୍ଷ ବଳପୂର୍ବକ ଜମି ମାଡି ବସିଥିବା ପ୍ରସଙ୍ଗ : ନିର୍ବାଚନ ଅଧିକାରୀଙ୍କ ନିକଟରେ ରାଜଧାନୀର ବରିଷ୍ଠ ନାଗରିକଙ୍କ ଫେରାଦ

ଭୁବନେଶ୍ୱର : କିସ୍‌ର ଦାଦାଗିରି ଆଗରେ ନିଜର ଅସହାୟତାକୁ କୋହଭରା କଣ୍ଠରେ ବୟାନ କରିଛନ୍ତି ରାଜଧାନୀର ବୟସ୍କା ମହିଳା ବିନ୍ଦୁ ଦାସ। ପ୍ଲଟ୍ ନମ୍ବର ୫୮୧/୧୭୫୧ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଥିବା ଏହି ଜମିକୁ ୧୯୮୩ ମସିହାରେ କିଣିଥିଲେ ବିନ୍ଦୁଙ୍କ ସ୍ୱାମୀ ଜୀବନ କିଶୋର ଦାସ। ମାତ୍ର ସେଠି ଏବେ ଠିଆ ହୋଇଛି କିଟ୍ ଜଗନ୍ନାଥ ମନ୍ଦିର। ସ୍ୱାମୀ ଜମି ପାଇଁ ଲଢି ଲଢି ଆରପାରିକୁ ଚାଲିଗଲେ। ଆଉ ଏବେ ଅଧିକାର ପାଇଁ ସେ ଲଢୁଛନ୍ତି। ଏଭଳି […]

କିସ୍ କର୍ତ୍ତୃପକ୍ଷ ବଳପୂର୍ବକ ଜମି ମାଡି ବସିଥିବା ପ୍ରସଙ୍ଗ : ନିର୍ବାଚନ ଅଧିକାରୀଙ୍କ ନିକଟରେ ରାଜଧାନୀର ବରିଷ୍ଠ ନାଗରିକଙ୍କ ଫେରାଦ

achutya

Advertisment

ଭୁବନେଶ୍ୱର : କିସ୍‌ର ଦାଦାଗିରି ଆଗରେ ନିଜର ଅସହାୟତାକୁ କୋହଭରା କଣ୍ଠରେ ବୟାନ କରିଛନ୍ତି ରାଜଧାନୀର ବୟସ୍କା ମହିଳା ବିନ୍ଦୁ ଦାସ। ପ୍ଲଟ୍ ନମ୍ବର ୫୮୧/୧୭୫୧ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଥିବା ଏହି ଜମିକୁ ୧୯୮୩ ମସିହାରେ କିଣିଥିଲେ ବିନ୍ଦୁଙ୍କ ସ୍ୱାମୀ ଜୀବନ କିଶୋର ଦାସ। ମାତ୍ର ସେଠି ଏବେ ଠିଆ ହୋଇଛି କିଟ୍ ଜଗନ୍ନାଥ ମନ୍ଦିର। ସ୍ୱାମୀ ଜମି ପାଇଁ ଲଢି ଲଢି ଆରପାରିକୁ ଚାଲିଗଲେ। ଆଉ ଏବେ ଅଧିକାର ପାଇଁ ସେ ଲଢୁଛନ୍ତି। ଏଭଳି ଲୋକଙ୍କୁ କିଭଳି ପୁରସ୍କୃତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିନ୍ଦୁ।

Advertisment

publive-imageତେବେ କେବଳ ବିନ୍ଦୁ ନୁହଁନ୍ତି , ଖାତା ନମ୍ବର ୪୨୦, ୪୨୯ ଓ ୫୧୭ରେ ଥିବା ୩୨ରୁ ଅଧିକ ଲୋକଙ୍କ ଜମିକୁ କିସ୍ କବଜା କରିଥିବା ଅଭିଯୋଗ ହୋଇଛି। ଏନେଇ ଆଜି କିଛି ଜମି ମାଲିକ ବି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଚ୍ୟୁତଙ୍କ ରାଜ୍ୟସଭା ନାମାଙ୍କନକୁ ନାକଚ କରିବା ଲାଗି ସେମାନେ ଦାବି କରିଛନ୍ତି।

ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ତହସିଲ୍ ଅନ୍ତର୍ଗତ ପଥରଗାଡିଆରେ ସେମାନେ କିଣିଥିବା ଜମିକୁ କିସ୍ ଜବରଦଖଲ କରିବା ସହ ଆଉ କିଛି ଜମିକୁ ରାସ୍ତା ଛାଡୁନାହିଁ। ତାସହ ସେମାନଙ୍କ ପାଚେରୀକୁ ବାରମ୍ବାର ଭାଙ୍ଗି ଦିଆଯାଉଛି।

Advertisment

ସେହିପରି ଆଉ କିଛି ଲୋକଙ୍କ ଜମିକୁ କିସ୍ କର୍ତ୍ତୃପକ୍ଷ ଧମକଚମକ ଦେଇ ଶାଗମାଛ ଦରରେ ହାତେଇଥିବା ଅଭିଯୋଗ ମଧ୍ୟ ଆସୁଛି। ଜବରଦଖଲ ଜମିରେ ବେଆଇନ ଭାବେ ଖେଳପଡିଆ, ହଷ୍ଟେଲ, କଲ୍ୟାଣମଣ୍ଡପ ଓ ମନ୍ଦିର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି।

Demand Senior Citizens
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ