Advertisment

ମାତୃତ୍ୱ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ। ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର।  ମା-ରେ ମାଟି, ଆ-ରେ ଆକାଶ।  ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।  ମାଆର ବାତ୍ସଲ୍ୟ […]

ମାତୃତ୍ୱ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

mothers day

Advertisment

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ।

Advertisment

ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର।  ମା-ରେ ମାଟି, ଆ-ରେ ଆକାଶ।  ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।  ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ତପସ୍ୟା, ଅବଦାନ, ବଳିଦାନକୁ ସମ୍ମାନ ଦେବାକୁ ଆଜିର ଦିନକୁ ମଦର୍ସ ଡେ ଭାବେ ପାଳନ କରାଯାଏ।

ବିଶ୍ୱ ମାତୃ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ପୁରୀ ବେଳାଭୁମିରେ ବାଲୁକା କଳା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।  ଏକ ନାଲି ରଙ୍ଗର ହୃଦୟ ଭିତରେ ନିଜ ଶିଶୁକୁ କିଭଳି ମାଆ ଯତ୍ନର ସହ ଧରି ଶୋଇଛି ତାକୁ ବାଲୁକା କଳା ମାଧ୍ୟମରେ କରି ଦେଖାଇଛନ୍ତି ସେ।  ଏହାସହ ବାଲୁକା କଳା ମାଧ୍ୟମରେ ସେ ମାତୃ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Advertisment

Advertisment

Sudarsan Pattnaik Sand Art Mothers' Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ