Advertisment

ଜେଲରେ ରାତି ବିତାଇଲେ ସଲମାନ୍‌

ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲରେ ଥିବା ସଲମାନ ଖାନଙ୍କ ଆଜି ଜାମିନ ଆବେଦନର ଶୁଣାଣି ହେବ।  ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ସଲମାନଙ୍କୁ ସିଧା ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା। ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ. ମିଳିଛି ୧୦୬। ଆଜି ତାଙ୍କୁ କଏଦୀ ପୋଷାକ ଦିଆଯିବ। ଗତକାଲି ମେଡିକାଲ୍ ଟେଷ୍ଟରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଡିନରରେ ସଲମାନଙ୍କୁ  ରୁଟି, ଚଣାଡାଲି ଓ […]

ଜେଲରେ ରାତି ବିତାଇଲେ ସଲମାନ୍‌

salman

Advertisment

ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲରେ ଥିବା ସଲମାନ ଖାନଙ୍କ ଆଜି ଜାମିନ ଆବେଦନର ଶୁଣାଣି ହେବ।  ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ସଲମାନଙ୍କୁ ସିଧା ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା।

Advertisment

ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ. ମିଳିଛି ୧୦୬। ଆଜି ତାଙ୍କୁ କଏଦୀ ପୋଷାକ ଦିଆଯିବ।

ଗତକାଲି ମେଡିକାଲ୍ ଟେଷ୍ଟରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଡିନରରେ ସଲମାନଙ୍କୁ  ରୁଟି, ଚଣାଡାଲି ଓ ବନ୍ଧାକୋବି ତରକାରୀ ଦିଆଯାଇଥିବା ଜେଲ୍ ସୁପରିଟେଣ୍ଡଣ୍ଟ ବିକ୍ରମ ସିଂହ ସୂଚନା ଦେଇଛନ୍ତି।

Advertisment

ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି।

୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ସଲମାନଙ୍କ ସମେତ ଅନ୍ୟ କଳାକାରମାନେ ଏକ ହିନ୍ଦୀ  ଫିଲ୍ମର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା।

Advertisment
Salman Khan In Jail Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ