Advertisment

ଜେଲରୁ ମୁକୁଳିଲେ ଅଭିନେତା ସଲମାନ ଖାନ୍‌

ଯୋଧପୁର : ଅଭିନେତା ସଲମାନ ଖାନ୍‌ ଜେଲ୍‌ରୁ ଖଲାସ୍‌ ହେଲେ। ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଆଜି ଅପରାହ୍ନ ୩ଟା ବେଳେ ତାଙ୍କୁ ଜାମିନ ମିଳିଥିଲା। ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି କରି ସନ୍ଧ୍ୟାରେ ସଲମାନ୍ ଜେଲ୍‌ରୁ ମୁକୁଳିବେ ବୋଲି କୋର୍ଟ କହିଥିଲେ। ତେବେ ସମସ୍ତ ପ୍ରକାର କାଗଜପତ୍ର କୋର୍ଟରେ ହାଜର କରାଯିବା ପରେ ସଲମାନ୍ ସନ୍ଧ୍ୟା ୫ଟା ୩୦ରେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ରୁ ମୁକୁଳିଛନ୍ତି। ଏ ନେଇ ଏଏନ୍‌ଆଇ […]

ଜେଲରୁ ମୁକୁଳିଲେ ଅଭିନେତା ସଲମାନ ଖାନ୍‌

salman

Advertisment

ଯୋଧପୁର : ଅଭିନେତା ସଲମାନ ଖାନ୍‌ ଜେଲ୍‌ରୁ ଖଲାସ୍‌ ହେଲେ। ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଆଜି ଅପରାହ୍ନ ୩ଟା ବେଳେ ତାଙ୍କୁ ଜାମିନ ମିଳିଥିଲା। ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି କରି ସନ୍ଧ୍ୟାରେ ସଲମାନ୍ ଜେଲ୍‌ରୁ ମୁକୁଳିବେ ବୋଲି କୋର୍ଟ କହିଥିଲେ।

Advertisment

publive-imageତେବେ ସମସ୍ତ ପ୍ରକାର କାଗଜପତ୍ର କୋର୍ଟରେ ହାଜର କରାଯିବା ପରେ ସଲମାନ୍ ସନ୍ଧ୍ୟା ୫ଟା ୩୦ରେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ରୁ ମୁକୁଳିଛନ୍ତି। ଏ ନେଇ ଏଏନ୍‌ଆଇ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ସଲମାନ୍‌ ଜେଲରୁ ମୁକୁଳିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

publive-imageଉଲ୍ଲେଖନୀୟ ଯେ ,୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତ ଗୁରୁବାର  ଯୋଧପୁର ସେସନ୍‌ସ କୋର୍ଟ ଅଭିନେତା ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ପାଇଁ କାରାଦଣ୍ଡାଦେଶର ଶୁଣାଣି କରିଥିଲେ।

Advertisment
Salman Khan Jodhpur Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ