Advertisment

ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ୍ ଆବେଦନ ଶୁଣାଣି

ଯୋଧପୁର : ଦବଙ୍ଗ ଖାନ୍ ଜେଲ୍‌କୁ ଯିବା ପରେ ପୁରା ବଲିଉଡ୍‌ରେ ହଲଚଲ। ସଲମାନଙ୍କ ପ୍ରଶଂସକମାନେ ଯେତିକି ମର୍ମାହତ, ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ସେତିକି ଛାନିଆ। କାରଣ ସଲମାନଙ୍କ ମୁଣ୍ଡରେ ଏବେ ରହିଛି ପ୍ରାୟ ୬ ଶହ କୋଟି ଟଙ୍କାର ବାଜି। ସଲମାନଙ୍କ  ଅଭିନୀତ ‘ରେସ୍ ଥ୍ରୀ’ର ସୁଟିଂ ପ୍ରାୟ ସରିଯାଇଥିବା କୁହାଯାଉଛି। ଏହା ବ୍ୟତୀତ ‘କିକ୍-ଟୁ’, ‘ଦବଙ୍ଗ ଥ୍ରୀ’, ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ଓ ‘ଭାରତ’ […]

ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ୍ ଆବେଦନ ଶୁଣାଣି

salman -1

Advertisment

ଯୋଧପୁର : ଦବଙ୍ଗ ଖାନ୍ ଜେଲ୍‌କୁ ଯିବା ପରେ ପୁରା ବଲିଉଡ୍‌ରେ ହଲଚଲ। ସଲମାନଙ୍କ ପ୍ରଶଂସକମାନେ ଯେତିକି ମର୍ମାହତ, ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ସେତିକି ଛାନିଆ। କାରଣ ସଲମାନଙ୍କ ମୁଣ୍ଡରେ ଏବେ ରହିଛି ପ୍ରାୟ ୬ ଶହ କୋଟି ଟଙ୍କାର ବାଜି। ସଲମାନଙ୍କ  ଅଭିନୀତ ‘ରେସ୍ ଥ୍ରୀ’ର ସୁଟିଂ ପ୍ରାୟ ସରିଯାଇଥିବା କୁହାଯାଉଛି। ଏହା ବ୍ୟତୀତ ‘କିକ୍-ଟୁ’, ‘ଦବଙ୍ଗ ଥ୍ରୀ’, ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ଓ ‘ଭାରତ’ ପାଇଁ ସାଇନ୍ କରିଛନ୍ତି ସଲମାନ। ଏସବୁ ଫିଲ୍ମ ଫ୍ଲୋର୍‌କୁ ଆସିନଥିଲେ ମଧ୍ୟ ସୁଟିଂ ପ୍ରସ୍ତୁତିରେ ବିପୁଳ ଅର୍ଥ ଖର୍ଚ୍ଚ ହୋଇଯାଇଥିବା ସୂଚନା ମିଳିଛି। ତାସହିତ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପାଇଁ ସଲୁ ରିଆଲିଟି ସୋ ପାଇଁ ମଧ୍ୟ ଚୁକ୍ତି କରିଛନ୍ତି। ତେଣୁ ତାଙ୍କୁ ଯଦି ଜାମିନ ନମିଳେ, ତେବେ ପ୍ରଯୋଜକମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡିବ।

Advertisment

publive-imageସେପଟେ ଆଜି ବି ଯୋଧପୁର ଜେଲ୍‌ରେ ରହିବେ ସଲମାନ୍।  ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ୍ ଆବେଦନର ଶୁଣାଣି ହେବାର ଥିଲା। ତେବେ କୋର୍ଟ ତାକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ଖୁସି ଖବର ଶୁଣିବା ପାଇଁ ତାଙ୍କର ପ୍ରଶଂସକମାନେ ଆଜି କୋର୍ଟ ବାହାରେ ଭିଡ ଜମାଇଥିଲେ। ତେବେ ସେମାନଙ୍କୁ ନିରାଶ ହେବାକୁ ପଡିଛି।

ସୋସିଆଲ ମିଡିଆରେ ସଲୁଙ୍କୁ ଛୁଟିଛି ସମର୍ଥନର ସୁଅ। ସଲମାନଙ୍କ ପ୍ରତି କୋର୍ଟଙ୍କ କଠୋର ଆଭିମୁଖ୍ୟକୁ ନେଇ ସେମାନେ ନିରାଶ ହୋଇଛନ୍ତି। ତେବେ ସେମାନଙ୍କ ପ୍ରିୟ ଷ୍ଟାରଙ୍କୁ ଶୀଘ୍ର ବେଲ୍ ମିଳିଯିବ ବୋଲି ପ୍ରଶଂସକମାନେ ଆଶାବାଦୀ ଅଛନ୍ତି।

Advertisment

ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ର ବାରାକ୍ ନମ୍ବର ଟୁ ଏବେ ସଲମାନଙ୍କ ନୂଆ ଠିକଣା। ସେ ହେଉଛନ୍ତି କାରାଗାରର କଏଦୀ ନମ୍ବର ୧୦୬।  କାଲି ରାତିରେ ସଲମାନଙ୍କୁ ଜେଲର ରୁଟି, ଡାଲି ଓ ବନ୍ଧା କୋବି ତରକାରୀ ଖାଇବାକୁ ଦିଆଯାଇଥିଲା। ତେବେ ସେ ଏହାକୁ ଖାଇବାକୁ ମନା କରିଥିବା ଜଣାପଡିଛି। ସେପଟେ ଏବେ ଯୋଧପୁରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାରୁ ଜେଲ କର୍ତ୍ତପକ୍ଷ ସଲୁଙ୍କ ପାଇଁ ଫ୍ୟାନ୍ ବ୍ୟବସ୍ଥା କରିଥିବା ଜଣାପଡିଛି।

Salman Khan Jail Spend 2nd Night
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ