Advertisment

୨ ଦିନ ପରେ ଜେଲ୍‌ରୁ ବାହାରିବେ ସଲମାନ୍‌, ମିଳିଲା ଜାମିନ୍‌

ଯୋଧପୁର: ୨ ରାତି ଜେଲ୍‌ରେ କାଟିବା ପରେ ମୁକୁଳିବେ ବଲିଉଡ଼୍ ଭାଇଜାନ୍‌ ସଲମାନ୍‌ ଖାନ୍‌। କାରଣ ସଲମାନ୍‌ଙ୍କୁ ଯୋଧପୁର ସେସନ୍ସ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସେ ଜେଲ୍‌ରୁ ବାହାରିବେ ବୋଲି କୁହାଯାଉଛି। ସଲମାନ୍‌ଙ୍କ ଜେଲ୍‌ରୁ ବାହାରିବା ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। କାରଣ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ୍‌ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର ଥିଲା। ଯୋଧପୁର ସେସନ୍ସ କୋର୍ଟରେ […]

୨ ଦିନ ପରେ ଜେଲ୍‌ରୁ ବାହାରିବେ ସଲମାନ୍‌, ମିଳିଲା ଜାମିନ୍‌

salman khan

Advertisment

ଯୋଧପୁର: ୨ ରାତି ଜେଲ୍‌ରେ କାଟିବା ପରେ ମୁକୁଳିବେ ବଲିଉଡ଼୍ ଭାଇଜାନ୍‌ ସଲମାନ୍‌ ଖାନ୍‌। କାରଣ ସଲମାନ୍‌ଙ୍କୁ ଯୋଧପୁର ସେସନ୍ସ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସେ ଜେଲ୍‌ରୁ ବାହାରିବେ ବୋଲି କୁହାଯାଉଛି। ସଲମାନ୍‌ଙ୍କ ଜେଲ୍‌ରୁ ବାହାରିବା ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। କାରଣ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ୍‌ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର ଥିଲା।

Advertisment

ଯୋଧପୁର ସେସନ୍ସ କୋର୍ଟରେ ଏହି ଜାମିନ୍‌ ଆବେଦନର ଶୁଣାଣି ହୋଇଥିଲା। ସଲମାନଙ୍କ ଜାମିନ ଆବେଦନର ଶୁଣାଣି ଜଜ୍‌ ରବୀନ୍ଦ୍ର କୁମାର ଯୋଶୀ କରିଥିଲେ। ଗତକାଲି ବିଚାରପତି ରବୀନ୍ଦ୍ର କୁମାର ଯୋଶୀଙ୍କୁ ବଦଳି କରାଯାଇଥିଲା।

ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରା ସମୁଦାୟ ୮୭ ଜଣ ବିଚାରପତିଙ୍କୁ ବଦଳି କରାଯାଇଛି। ଯେଉଁଠିରେ ବିଚାରପତି ରବୀନ୍ଦ୍ର କୁମାର ଯୋଶୀଙ୍କ ସମେତ, ସଲମାନ୍‌ଙ୍କୁ ଜେଲ୍‌ ପଠାଇଥିବା ବିଚାରପତି ମଧ୍ୟ ରହିଛନ୍ତି।

Advertisment

ଗତକାଲି ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇ ଆଜି ଧାର୍ଯ୍ୟ କରିଥିଲେ। ଆଜି କୋର୍ଟରେ ଶୁଣାଣି ବେଳେ ସଲମାନ୍‌ଙ୍କ ଭଉଣୀ ଓ ତାଙ୍କ ବଡ଼ିଗାର୍ଡ଼ ମଧ୍ୟ ଉପସ୍ଥିତ ଥିଲେ।

ଶୁଣାଣି ଚାଲିଥିବା ବେଳେ କୋର୍ଟ ରୁମ୍‌ରେ ସଲମାନଙ୍କ ଭଉଣୀ ଅଲବୀରା ବେହୋସ୍ ହୋଇଯାଇଥିଲେ। ସଲମାନଙ୍କ ବଡିଗାର୍ଡ ଶେରା ତାଙ୍କୁ କୋର୍ଟ ରୁମ୍ ବାହାରକୁ ଆଣିଥିଲେ।

Advertisment

ଗୁରୁବାର ଦିନ ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯିବା ବେଳେ ସଲମାନଙ୍କ ଦୁଇ ଭଉଣୀ କୋର୍ଟ ରୁମ୍‌ରେ ଉପସ୍ଥିତ ଥିଲେ।  କୋର୍ଟଙ୍କ ରାୟ ଆସିବା ପରେ ସେମାନେ କାନ୍ଦି ପକାଇଥିଲେ।

ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନଙ୍କୁ ଯୋଧପୁରର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ୫ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି।

Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ