salman
Advertisment
ଯୋଧପୁର : ବିଦେଶ ଗସ୍ତରେ ଯିବା ପାଇଁ ଅଭିନେତା ସଲମାନ ଖାନଙ୍କୁ ଯୋଧପୁର ଜିଲ୍ଲା ଓ ସେସନସ କୋର୍ଟ ଅନୁମତି ଦେଇଛନ୍ତି। ୧୯୯୮ କୃଷ୍ଣସାର ମୃଗ ଶିକାର ଘଟଣାରେ ସଲମାନଙ୍କୁ ଏପ୍ରିଲ ୭ରେ ଜାମିନ ମିଳିଥିଲା। କିନ୍ତୁ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ସଲମାନଙ୍କୁ ଦେଶ ଛାଡିବା ଉପରେ କଟକଣା ଜାରି କରିବା ସହ ମେ ୭ରେ ପୁଣି ଥରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିଦେଶ ଗସ୍ତ ପାଇଁ ସଲମାନଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।
Advertisment
ସଲମାନ ମେ ୨୫ରୁ ଜୁଲାଇ ୧୦ ପର୍ଯ୍ୟନ୍ତ କାନାଡା, ନେପାଳ ଓ ଆମେରିକା ଗସ୍ତରେ ଯିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/salman-5_1626499613.jpg)