Advertisment

ଜେଲ୍‌ରେ ଦୁଷ୍କର୍ମ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ସାଲେପୁର: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।  ଗତକାଲି ସେ ପାଇଖାନା ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ସାଲେପୁର ଥାନା ପୋଲିସ ଜେଲକୁ ଯାଇ ତଦନ୍ତ କରିଛି। ଏହା ସହିତ ଅଭିଯୁକ୍ତ ବିରୋଧରେ ପୁଣି ଏକ ମାମଲା କରିଥିବା ଜଣାପଡ଼ିଛି। ତେବେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା […]

ଜେଲ୍‌ରେ ଦୁଷ୍କର୍ମ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

salepur rape accused

Advertisment

ସାଲେପୁର: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।  ଗତକାଲି ସେ ପାଇଖାନା ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

Advertisment

ଏହି ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ସାଲେପୁର ଥାନା ପୋଲିସ ଜେଲକୁ ଯାଇ ତଦନ୍ତ କରିଛି। ଏହା ସହିତ ଅଭିଯୁକ୍ତ ବିରୋଧରେ ପୁଣି ଏକ ମାମଲା କରିଥିବା ଜଣାପଡ଼ିଛି। ତେବେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଗତ ଏପ୍ରିଲ ୨୧ ତାରିଖରେ ଅଭିଯୁକ୍ତ ଜଣେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ଅଭିଯୁକ୍ତକୁ ଘଟଣାର ପରଦିନ ହିଁ ଗିରଫ କରାଯାଇଥିଲା। ଗତ ୨୯ ତାରିଖରେ ପୀଡ଼ିତାର କଟକ SCBରେ ମୃତ୍ୟୁ ହୋଇଥିଲା।

Advertisment
Rape Salepur Salepur Minor Girl Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ