Advertisment

ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମକୁ ନେଇ କମ୍ପିଲା ବିଧାନସଭା

ଭୁବନେଶ୍ୱର : ସଙ୍କଟାପନ୍ନ ହୋଇଛି ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା। କଟକ ବଡ ଡାକ୍ତରଖାନାର ପେଡିଆଟିକ୍ ଆଇସିୟୁରେ ଏବେ ବଂଚିବାକୁ ସଂଘର୍ଷ କରୁଛନ୍ତି ୬ ବର୍ଷର ନାବାଳିକା। ୧୩ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଛନ୍ତି। ପୀଡିତାଙ୍କ ବେକ ଓ ଶରୀର ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଦୁଷ୍କର୍ମର ଶିକାର ପରେ ଗତକାଲି ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏପଟେ ନାବାଳିକାଙ୍କ ଉପରେ ବଢୁଥିବା ବଳାତ୍କାର […]

ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମକୁ ନେଇ କମ୍ପିଲା ବିଧାନସଭା

assembly-1

Advertisment

ଭୁବନେଶ୍ୱର : ସଙ୍କଟାପନ୍ନ ହୋଇଛି ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା। କଟକ ବଡ ଡାକ୍ତରଖାନାର ପେଡିଆଟିକ୍ ଆଇସିୟୁରେ ଏବେ ବଂଚିବାକୁ ସଂଘର୍ଷ କରୁଛନ୍ତି ୬ ବର୍ଷର ନାବାଳିକା। ୧୩ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଛନ୍ତି।

Advertisment

ପୀଡିତାଙ୍କ ବେକ ଓ ଶରୀର ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଦୁଷ୍କର୍ମର ଶିକାର ପରେ ଗତକାଲି ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏପଟେ ନାବାଳିକାଙ୍କ ଉପରେ ବଢୁଥିବା ବଳାତ୍କାର ମାମଲାକୁ ନେଇ କମ୍ପିଛି ବିଧାନସଭା। ପ୍ରଶ୍ନକାଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ହୋ ହାଲ୍ଲା କରିଥିଲେ ବିରୋଧୀ। ଶୂନ୍ୟକାଳରେ ପୁଣି ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ। ପ୍ରତିଦିନ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି।

ମୁଖ୍ୟମନ୍ତ୍ରୀ ମୂଳ ପ୍ରସଙ୍ଗ ଉପରେ ଚୁପ୍‌ ରହି ଗୃହରେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। କୁନ୍ଦୁଲି, ଖପ୍ରାଖୋଲ ଓ ବଲାଙ୍ଗୀରରେ ଖୋଦ୍ ପୋଲିସ ବାବୁଙ୍କ ନାଁରେ ଥିବା ଦୁଷ୍କର୍ମ ମାମଲା ଉଠାଇ ସେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ବିଜେପି ବିଧାୟକ ରବି ନାଏକ ମଧ୍ୟ ନରସିଂହଙ୍କ ସ୍ୱରରେ ସ୍ୱରମିଶାଇ ସରକାରଙ୍କୁ ଟାର୍ଗେଟ କରିଥିଲେ। ଦୁଷ୍କର୍ମ ମାମଲାରେ କାର୍ଯ୍ୟନୁଷ୍ଠାନ ନେବାରେ ପ୍ରଶାସନ ଓ ପୋଲିସ ବାହିନୀ ଅପାରଗ ବୋଲି କହି ଗୃହ ବାହାରେ ବାଣ ମାରିଥିଲେ ଦାମ। ତେବେ ବିଜେଡି କହିଛି ସରକାର କୌଣସି ଦୁଷ୍କର୍ମ ଅଭିଯୁକ୍ତକୁ ଘଣ୍ଟ ଘୋଡାଉନାହାଁନ୍ତି।

Advertisment

ଦୁଷ୍କର୍ମ ତାତିକୁ ନେଇ ବିଧାନସଭାର ପ୍ରଥମାର୍ଦ୍ଧ ଧୋଇଯାଇଥିବା ବେଳେ ଅପରାହ୍ନରେ କୃଷି ବିଭାଗର ଖର୍ଚ୍ଚ ଦାବି ଥିବାରୁ ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ବିରୋଧୀ।

Odisha Assembly Odisha Rape Cases Minor Girl Rapes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ