Advertisment

ଅଜୟଙ୍କ ଅଜବ ନିଶା : ୧୩୦ ଜଣ ରାଜାଙ୍କ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ

ସମ୍ବଲପୁର : ପେଶା ଚାକିରି, ହେଲେ ନିଶା ଫଟୋ ସଂଗ୍ରହ କରିବା। ୧୩୦ ଜଣ ରାଜାଙ୍କର ଫଟୋ ସହିତ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଉଚ୍ଚଶିକ୍ଷିତ ଯୁବକ ଅଜୟ ଅଗ୍ରୱାଲ। ୨୮୫ ରାଜାଙ୍କ ମଧ୍ୟରୁ ୧୩୦ ରାଜାଙ୍କ ଫଟୋ ଏବଂ ଦସ୍ତଖତ କରି ଗତ ମାସରେ ଲିମକା ବୁକ୍‌ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି।  ପ୍ରଥମେ ବଣାଇ ରାଜାଙ୍କୁ ଭେଟି ଦସ୍ତଖତ ନେବା ସହ ତାଙ୍କର ପ୍ରେରଣା ପାଇ ଆଜି […]

ଅଜୟଙ୍କ ଅଜବ ନିଶା : ୧୩୦ ଜଣ ରାଜାଙ୍କ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ

ajaya

Advertisment

ସମ୍ବଲପୁର : ପେଶା ଚାକିରି, ହେଲେ ନିଶା ଫଟୋ ସଂଗ୍ରହ କରିବା। ୧୩୦ ଜଣ ରାଜାଙ୍କର ଫଟୋ ସହିତ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଉଚ୍ଚଶିକ୍ଷିତ ଯୁବକ ଅଜୟ ଅଗ୍ରୱାଲ। ୨୮୫ ରାଜାଙ୍କ ମଧ୍ୟରୁ ୧୩୦ ରାଜାଙ୍କ ଫଟୋ ଏବଂ ଦସ୍ତଖତ କରି ଗତ ମାସରେ ଲିମକା ବୁକ୍‌ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି।

Advertisment

publive-image ପ୍ରଥମେ ବଣାଇ ରାଜାଙ୍କୁ ଭେଟି ଦସ୍ତଖତ ନେବା ସହ ତାଙ୍କର ପ୍ରେରଣା ପାଇ ଆଜି ଏହି ସଫଳତା ପାଇଥିବା କହିଛନ୍ତି ଅଜୟ। ହେଲେ ମୁକୁଟ ବିହିନ ରାଜାଙ୍କୁ ନିଜର ଆଲବମରେ ସାଇତି ରଖିବା ସହିତ କିଛି ରାଜା ପଞ୍ଚଭୂତରେ ଲୀନ ହୋଇଥିଲେ ବି ତାଙ୍କୁ ଅମର କରି ରଖିଛନ୍ତି ଅଜୟ।

ଅଜୟ ଦିଲ୍ଲୀର ଏକ ମଲଟି ନାସନାଲ କଂପାନୀର ସହକାରୀ ପରିଚାଳକ ଭାବେ କାମ କରୁଛନ୍ତି। ପ୍ରାଇଭେଟ୍ କଂପାନୀରେ ଚାକରି କରୁଥିଲେ ବି ରାଜାଙ୍କର ଫଟୋ ସଂଗ୍ରହ କରିବା ତାଙ୍କର ସଉକ୍। ୨୦୧୬ ମସିହାରେ ସେ ଲିମକା ବୁକରେ ସାମିଲ୍ ଲାଗି ଆବେଦନ କରିଥିବା ବେଳେ ଗଲା ମାସରେ ମିଳିଛି ସମ୍ମାନ। ଯାହାକୁ ନେଇ ତାଙ୍କ ପରିବାର, ସାଙ୍ଗ ସାଥୀ ସମସ୍ତେ ଖୁସିରେ ଗଦ୍‌ଗଦ୍‌। ଆଗାମୀ ଦିନରେ ଗିନିଜ୍ ବୁକରେ ରେକର୍ଡ ଲାଗି ଆଶା ରଖିଛନ୍ତି।

Advertisment
Sambalpur Kuchinda Pictures Of Kings Autograph LIMCA Record Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ