Advertisment

ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ମରାମତି କାମ

ପୁରୀ : ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି କାମ। କାମ ସାରିବାକୁ ମାସେ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୋର୍ଟଙ୍କୁ ସମୟ ମାଗିଥିବାରୁ ମେ ୩୧ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଭକ୍ତ ମାନଙ୍କ ଦର୍ଶନରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ହ୍ୟାଗିଂ ପ୍ଲେଟ ସାହାଯ୍ୟରେ ମରାମତି କରିବାକୁ କହିଛନ୍ତି କୋର୍ଟ। ଏଥିପାଇଁ ଆସନ୍ତା ୨୬ ତାରିଖରେ କୋର କମିଟିର […]

ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ମରାମତି କାମ

puri

Advertisment

ପୁରୀ : ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି କାମ। କାମ ସାରିବାକୁ ମାସେ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୋର୍ଟଙ୍କୁ ସମୟ ମାଗିଥିବାରୁ ମେ ୩୧ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ଏହାସହ ଭକ୍ତ ମାନଙ୍କ ଦର୍ଶନରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ହ୍ୟାଗିଂ ପ୍ଲେଟ ସାହାଯ୍ୟରେ ମରାମତି କରିବାକୁ କହିଛନ୍ତି କୋର୍ଟ। ଏଥିପାଇଁ ଆସନ୍ତା ୨୬ ତାରିଖରେ କୋର କମିଟିର ବୈଠକ ବସିବ। ଏହାଛଡ଼ା ଶ୍ରୀମନ୍ଦିର ବେଢ଼ାରେ ଥିବା ମୁକ୍ତିମଣ୍ଡପ ସାଙ୍ଗକୁ ଅନ୍ୟ ମନ୍ଦିର ସବୁପରିସ୍ଥିତି ସମ୍ପର୍କରେ ରିପୋର୍ଟ ମଗାଯାଇଛି।

publive-imageମନ୍ଦିର ପ୍ରଶାସନ, ଏଏସ୍ଆଇ ଓ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ଆସିବା ପରେ ଆବଶ୍ୟକସ୍ଥଳେ ଏହାର ମରାମତି ହେବ। ବର୍ତ୍ତମାନ ସମୟରେ ଠାକୁରଙ୍କ ନୀତିକାନ୍ତି ଠିକ୍‌ରେ ଚାଲିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ।

Advertisment
May 1 Jaya-Vijaya Dwar Repair Work Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ