Advertisment

ମହେଶଙ୍କ ଖୁସିର ରହସ୍ୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଏ‍ବେ ପ୍ରଶଂସକଙ୍କୁ ଖୁସି କରିବାରେ ବ୍ୟସ୍ତ। ଏପରିକି ସୁଟିଂ ଅଧାରୁ ସମୟ ବାହାର କରି ପ୍ରଶଂସକଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ମହେଶ। ପ୍ରଶଂସକମାନେ କିଭଳି ତାଙ୍କ ଉପରେ ଖୁସି ରହିବେ ସେ ନେଇ କିଛି କାମ ମଧ୍ୟ କରୁଛନ୍ତି। ଜଣେ ଏତେ ବଡ଼ ସୁପରଷ୍ଟାର ହୋଇ ପ୍ରଶଂସକଙ୍କ ପାଇଁ କାମ କରିବା କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ବୋଲି ଜଣାପଡ଼ିଛି। ଆକ୍ସନ ଷ୍ଟାର ଭାବେ ଜଣାଶୁଣା ମହେଶ […]

ମହେଶଙ୍କ ଖୁସିର ରହସ୍ୟ

mahesh babu

Advertisment

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଏ‍ବେ ପ୍ରଶଂସକଙ୍କୁ ଖୁସି କରିବାରେ ବ୍ୟସ୍ତ। ଏପରିକି ସୁଟିଂ ଅଧାରୁ ସମୟ ବାହାର କରି ପ୍ରଶଂସକଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ମହେଶ। ପ୍ରଶଂସକମାନେ କିଭଳି ତାଙ୍କ ଉପରେ ଖୁସି ରହିବେ ସେ ନେଇ କିଛି କାମ ମଧ୍ୟ କରୁଛନ୍ତି।

Advertisment

ଜଣେ ଏତେ ବଡ଼ ସୁପରଷ୍ଟାର ହୋଇ ପ୍ରଶଂସକଙ୍କ ପାଇଁ କାମ କରିବା କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ବୋଲି ଜଣାପଡ଼ିଛି। ଆକ୍ସନ ଷ୍ଟାର ଭାବେ ଜଣାଶୁଣା ମହେଶ ପ୍ରତ୍ୟକଦିନ ତାଙ୍କ ସୁଟିଂରୁ ସମୟ ବାହାର କରି ପ୍ରଶଂସକଙ୍କ ସହ ସେଲ୍‌ଫି ଉଠାଇବା ସହ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥାନ୍ତି।

mahesh

ଯଦିଓ ମହେଶ ଆଜିକାଲି ତାଙ୍କ ଆଗାମୀ ଫିଲ୍ମର ପ୍ରଚାର ପାଇଁ ବହୁତ ବ୍ୟସ୍ତ ରହୁଛନ୍ତି। ତଥାପି ସେ ତାଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ସମୟ ବାହାର କରି ପ୍ରଶଂସକଙ୍କୁ ଖୁସି ରଖିବା ପାଇଁ ଏସବୁ କରୁଛନ୍ତି। ଏସବୁରେ ସେ ମଧ୍ୟ ଖୁସି ରହୁଥିବାର ଜଣାପଡ଼ିଛି।

Advertisment

ସୁଟିଂ ସାରି ପ୍ରଶଂସକଙ୍କ ସହ ସେଲ୍‌ଫି ଉଠାଇବା ମହେଶଙ୍କ ଜୀବନରେ ଏକ ନିତିଦିନିଆ ଘଟଣା ହୋଇଗଲାଣି।

mahesh

ମହେଶଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ଭାରତ ଆନେ ନେନୁ’ରେ ମୁଖ୍ୟମନ୍ତ୍ରୀ ଭୂମିକାରେ ଦର୍ଶକ ଦେଖିବେ। ଫିଲ୍ମର ଟିଜ୍‌ରରେ ତାଙ୍କୁ ଏକ କ୍ରାନ୍ତିକାରୀ ନେତା ଭାବେ ଦେଖିବାକୁ ମିଳିଥିଲା।

Advertisment
Mahesh Babu South Super Star Mahesh Babu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ