Advertisment

ସତରେ କ’ଣ ବିବାହ କରିବେ ଦୀପିକା ଓ ରଣବୀର!

ମୁମ୍ବାଇ: ବିରାଟ-ଅନୁଷ୍କାଙ୍କ ବିବାହ ପରେ ଯେଉଁ ସେଲିବ୍ରେଟିଙ୍କ ବିବାହ ପାଇଁ ସମେସ୍ତ ଚାହିଁ ରହିଛନ୍ତି ସେ ହେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବିବାହ। ମିଳିଥିବା ସୂଚନା ଯଦି ସତ ହୋଇଥାଏ ତେବେ ଖୁବ୍ ଶୀଘ୍ର ବଲିଉଡ଼ର ଏହି ପାୱାର କପଲ୍‌ଙ୍କ ଘରେ ଶାହାନାଇ ବାଜିବ। ପୂର୍ବରୁ ଦୀପିକା-ରଣବୀରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହା କେବେ ସତରେ ପରିଣତ ହୋଇନାହିଁ। ପୁଣିଥରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର […]

ସତରେ କ’ଣ ବିବାହ କରିବେ ଦୀପିକା ଓ ରଣବୀର!

deepika padukone and ranveer singh

Advertisment

ମୁମ୍ବାଇ: ବିରାଟ-ଅନୁଷ୍କାଙ୍କ ବିବାହ ପରେ ଯେଉଁ ସେଲିବ୍ରେଟିଙ୍କ ବିବାହ ପାଇଁ ସମେସ୍ତ ଚାହିଁ ରହିଛନ୍ତି ସେ ହେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବିବାହ। ମିଳିଥିବା ସୂଚନା ଯଦି ସତ ହୋଇଥାଏ ତେବେ ଖୁବ୍ ଶୀଘ୍ର ବଲିଉଡ଼ର ଏହି ପାୱାର କପଲ୍‌ଙ୍କ ଘରେ ଶାହାନାଇ ବାଜିବ।

Advertisment

publive-image

ପୂର୍ବରୁ ଦୀପିକା-ରଣବୀରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହା କେବେ ସତରେ ପରିଣତ ହୋଇନାହିଁ। ପୁଣିଥରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ମୁତାବକ ବିଗତ ୫ ବର୍ଷ ଧରି ଡେଟିଂ କରୁଥିବା ରଣବୀର ଓ ଦୀପିକା ଚଳିତ ବର୍ଷ ଶେଷରେ ସେମାନଙ୍କର ସମ୍ପର୍କକୁ ବିବାହର ରୂପ ଦେବାକୁ ଯାଉଛନ୍ତି। ଏନେଇ ଉଭୟ ପରିବାର ପକ୍ଷରୁ ଗତ ସପ୍ତାହରେ ଆଲୋଚନା ହୋଇଥିବାର ଜଣାପଡ଼ିଛି। ସେପ୍ଟେମ୍ବର ଓ ଡ଼ିସେମ୍ବର ମାସ ମଧ୍ୟରେ ସେମାନଙ୍କ ବିବାହ ହୋଇପାରେ ବୋଲି କୁହାଯାଉଛି। ଏନେଇ ୪ଟି ଶୁଭ ମୁହୂର୍ତ୍ତ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି।

publive-image

publive-image

କେବଳ ଏତିକି ନୁହେଁ ବିବାହକୁ ନେଇ ଉଭୟ ପରିବାର ପକ୍ଷରୁ ଏବେଠୁ ପ୍ରସ୍ତୁତି ମଧ୍ୟ ଜୋରଦାର ଆରମ୍ଭ ହୋଇଯାଇଛି। ତେବେ ବିବାହ ଭାରତରେ ହେବ ନା ବିଦେଶରେ ହେବ ସେନେଇ ଏପର୍ଯ୍ୟନ୍ତ କିଛି ସ୍ଥିର ହୋଇନାହିଁ। ବିବାହ ପୂରା ପ୍ରାଇଭେଟ୍ ହେବ। ଅତି ନିକଟ ସମ୍ପର୍କୀୟ, ପରିବାର ତଥା ଉଭୟଙ୍କ ଘନିଷ୍ଠ ବନ୍ଧୁମାନଙ୍କୁ ଛାଡ଼ି ଦେଲେ ଅନ୍ୟମାନେ କେହି ବିବାହରେ ଯୋଗଦାନ କରିବେ ନାହିଁ। ବିବାହ ହିନ୍ଦୁ ରୀତିନୀତି ଅନୁସାରେ ହେବବୋଲି ଜଣାପଡ଼ିଛି।

Advertisment

publive-image

ଦୀପିକା ଓ ରଣବୀର ସେମାନଙ୍କ ପରିବାର ସହ ଜାନୁଆରୀରେ ଛୁଟି କଟାଇବା ପାଇଁ ମାଳଦ୍ୱୀପ ଯାତ୍ରା କରିଥିଲେ। ଦୀପିକାଙ୍କ ଜନ୍ମଦିନ ଜାନୁଆରୀ ୫ ତାରିଖରେ ପଡ଼ୁଥିବାରୁ ସେହି ସମୟରେ ଶୁଣିବାକୁ ମିଳିଥିଲା କି ଉକ୍ତ ଦିନ ଉଭୟଙ୍କ ନିର୍ବନ୍ଧ ହେବ ବୋଲି। ମାତ୍ର ସେମାନଙ୍କ ନିର୍ବନ୍ଧ ହୋଇନଥିଲା। କିନ୍ତୁ ସେମାନଙ୍କୁ ଏକତ୍ର ଫେରିବାର ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ ସେମାନଙ୍କ ବିବାହକୁ ନେଇ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳିଥିଲା। କୁଆଡ଼େ ଦୀପିକାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ରଣବୀରଙ୍କ ମା ତାଙ୍କୁ ଏକ ମହଙ୍ଗା ଡାଇମଣ୍ଡ ସେଟ୍ ଦେବା ସହ ଡ଼ିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡ଼ିଜାଇନ ହୋଇଥିବା ଏକ ଶାଢ଼ୀ ମଧ୍ୟ ଗିଫ୍ଟ କରିଥିଲେ।

publive-image

publive-image

publive-image

ଫିଲ୍ମ ପଦ୍ମାବତ୍‌ର ସ୍କ୍ରିନିଂ ରିଲିଜ ସମୟରେ ଉଭୟଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳିଥିଲା।

Advertisment

publive-image

ରଣବୀର ବର୍ତ୍ତମାନ ଫିଲ୍ମ 'ଗୁଲି ବୟ'ର ସୁଟିଂରେ ବ୍ୟସ୍ତ ଥିବାବେଳେ, ରୋହିତ ସେଟ୍ଟୀଙ୍କ ‘Simmba’ ଓ କବୀର ଖାନ୍‌ଙ୍କ '83 ଫିଲ୍ମରେ ଅଭିନୟ କରିବା ପାଇଁ ସେ ସାଇନ୍ କରି ସାରିଛନ୍ତି। ମାତ୍ର ଦୀପିକା ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ କୌଣସି ଘୋଷଣା କରି ନାହାନ୍ତି।

publive-image

ବିବାହକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

publive-image

ଦୀପିକା ଓ ରଣବୀରଙ୍କୁ ‘ପଦ୍ମାବତ୍’, ‘Goliyon Ki Raasleela Ram-Leela’ , ‘ବାଜିରାଓ ମସ୍ତାନୀ’ ଆଦି ଫିଲ୍ମରେ ଏକାଠି ଦେଖିବାକୁ ମିଳିଛି।

Deepika Padukone Ranveer Singh Deepika Padukone And Ranveer Singh Marriage Deepika Padukone Marriage Deepika Padukone To Marry Ranveer Singh Ranveer Singh Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ