ravenshaw university
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ୪ ଜଣ ଛାତ୍ରଙ୍କ ନିଲମ୍ବନ ଉଠାଇବା ଦାବିରେ ଛାତ୍ରମାନେ ଦୀର୍ଘ ସମୟ ଧରି କ୍ୟାମ୍ପସର ମୁଖ୍ୟ ଗେଟକୁ ବନ୍ଦ କରିଥିଲେ।
ଘଟଣାସ୍ଥଳରେ ଏସିପି ତ୍ରିନାଥ ମିଶ୍ର ପହଞ୍ଚି କୁଳପତିଙ୍କ ସହ ଆଲୋଚନା କରି ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ଧାରଣାରୁ ହଟିଥିଲେ।
ଗତ ଡିସେମ୍ବର ମାସରେ କିଛି ଛାତ୍ରଙ୍କୁ ଅସଦାଚରଣ ଅଭିଯୋଗରେ ୪ ଜଣ ଛାତ୍ରଙ୍କୁ ନିଲମ୍ବନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ତେବେ ଘଟଣାର ସଠିକ୍ ତଦନ୍ତ କରାନଯାଇ ନିଲମ୍ବନ କରାଯାଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ସେପଟେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ravenshaw_1626498949.jpg)