rani-mukherjee
ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ନିଜର ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରମୋସନରେ ବ୍ୟସ୍ତ । ନିକଟରେ ସେ ଅଭିନେତ୍ରୀ ନେହା ଧୂପିଆଙ୍କ ଟକ୍ ଶୋ’ରେ ପହଁଚିଥିଲେ । ଏହି ଶୋ’ରେ ସେ ପ୍ରସିଦ୍ଧ ଫ୍ୟାଶନ୍ ଡ଼ିଜାଇନର ସବ୍ୟସାଚୀଙ୍କ ସହ ଯାଇଥିଲେ । ଏହି ଅବସରରେ ନିଜର ଫିଲ୍ମ ବ୍ୟତୀତ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ କିଛି କହିଥିଲେ।
ରାଣୀ ମୁଖାର୍ଜୀ ଏଠାରେ ନିଜ ପତି ତଥା ଫିଲ୍ମ ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ ସହ ନିଜର ପ୍ରଥମ ସାକ୍ଷାତ୍ ବିଷୟରେ କହିଥିଲେ । ଏବଂ ଖାଲି ଏତିକି ନୁହେଁ ରାଣୀ ସେହି କଥାର ବି ଖୁଲାସା କରିଥିଲେ , ଯାହା ରାଣୀଙ୍କୁ ଆଦିତ୍ୟ ପ୍ରଥମ ସାକ୍ଷାତ୍ ବେଳେ କହିଥିଲେ । କଥା ଏୟା ଯେ , ନେହା ରାଣୀଙ୍କୁ ପଚାରି ଥିଲେ କି ତୁମେ କେବେ ବିରକ୍ତି ହୁଅ , ଗାଳି ଦିଅ ? ରାଣୀ ମଜାକ୍ରେ କହିଥିଲେ , ମୁଁ ପ୍ରତିଦିନ ନିଜ ସ୍ୱାମୀଙ୍କୁ ବିରକ୍ତି ହୁଏ , ଆଉ ଗାଳି କରେ । କିନ୍ତୁ ବହୁତ କେୟାରିଂ କରିଥାଏ । ମୋ ଗାଳି ଦେବାର ଅର୍ଥ , ମୁଁ ତାଙ୍କୁ ବହୁତ ଭଲ ପାଇଥାଏ । ଆଦିତ୍ୟ କେବେ କ୍ୟାମେରା ଆଗକୁ ଆସିବାକୁ ଚାହିଁନଥାନ୍ତି ବୋଲି କହିଛନ୍ତି ରାଣୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rANI_1626430430.jpg)