rain
Advertisment
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା। ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା।
Advertisment
ସେହିପରି କଟକ ସହରରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି।
ଏହାପୂର୍ବରୁ କାଳବୈଶାଖୀ ବର୍ଷା ହେବା ନେଇ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା ମଧ୍ୟ ଜାରି ହୋଇଥିଲା। ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବାନେଇ ସମ୍ଭାବନା ଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rain-11_1626435030.jpg)