Advertisment

ଟ୍ରେନ ଯାତ୍ରୀଙ୍କ ଲାଗି ଖୁସି ଖବର! ବର୍ତ୍ତମାନ ରେଳ ଟିକେଟ୍ ଅନ୍ୟ ଜଣଙ୍କ ନାଁକୁ ଟ୍ରାନ୍ସଫର ହୋଇପାରିବ, ଜାଣନ୍ତୁ କିପରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ‘ଜଣଙ୍କ ନାଁ ରେ […]

ଟ୍ରେନ ଯାତ୍ରୀଙ୍କ ଲାଗି ଖୁସି ଖବର! ବର୍ତ୍ତମାନ ରେଳ ଟିକେଟ୍ ଅନ୍ୟ ଜଣଙ୍କ ନାଁକୁ ଟ୍ରାନ୍ସଫର ହୋଇପାରିବ, ଜାଣନ୍ତୁ କିପରି

indian railways

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି।

Advertisment

ଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ‘ଜଣଙ୍କ ନାଁ ରେ କନଫର୍ମ ବୁକିଂ ଟିକେଟକୁ କ୍ୟାନସେଲ କରି ଅନ୍ୟ ଜଣଙ୍କ ନାଁକୁ ଟ୍ରାନ୍ସଫର କରିହେବ। ତେବେ ଏହା କେବଳ ରେଳ ପ୍ରଶାସନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଗୁଡିକର ଚିଫ୍ ରିଜର୍ଭେସନ୍ ସୁପରଭାଇଜରଙ୍କ ଅନୁମତି ଦ୍ୱାରା ହିଁ ହୋଇପାରିବ।’

ଯଦି କୌଣସି କର୍ମଚାରୀ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି, ତେବେ ଟ୍ରେନ୍ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଏନେଇ ଏକ ଲିଖିତ ଅନୁରୋଧ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଫଳରେ ଟିକେଟଟି ଅନ୍ୟ ନାଁରେ ଟ୍ରାନ୍ସଫର ହୋଇଯିବ।

Advertisment

କେବଳ ଏତିକି ନୁହେଁ, ଯାତ୍ରୀ ଜଣକ ଟିକେଟକୁ ମଧ୍ୟ ତାଙ୍କର ବାପା, ମା, ଭାଇ, ଭଉଣୀ, ସ୍ୱାମୀ, ସ୍ତ୍ରୀ, ପୁଅ ଓ ଝିଅ- କାହା ନାଁରେ ବି ଟ୍ରାନ୍ସଫର କରିପାରିବେ।

ସେହିପରି ଯାତ୍ରୀ ଜଣକ ଯଦି ଛାତ୍ର ଅବା ଛାତ୍ରୀ ହୋଇଥାନ୍ତି, ତେବେ ଶିକ୍ଷାନୁଷ୍ଠାନର ମୁଖ୍ୟ,  ଟ୍ରେନ୍ ଛାଡିବାର ୪୮ ଘଣ୍ଟା ପୂର୍ବରୁ ଟିକେଟକୁ ସେହି ଅନୁଷ୍ଠାନର ଅନ୍ୟଜଣେ ଛାତ୍ର ବା ଛାତ୍ରୀଙ୍କ ନାଁରେ ଟ୍ରାନ୍ସଫର କରିବା ଲାଗି ଏକ ଲିଖିତ ଅନୁରୋଧ ମଧ୍ୟ କରିପାରିବେ।

Advertisment
Railway Tickets Transferred Transfer Train Tickets Transfer Tickets Train Tickets Indian Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ