Advertisment

ରତ୍ନ ଭଣ୍ଡାର ଯାଞ୍ଚ ଶେଷ

ପୁରୀ : ସରିଲା ରତ୍ନ ଭଣ୍ଡାର ଯାଞ୍ଚ। ବାହାର ୨ଟି ଭଣ୍ଡାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ବାହାର ଭଣ୍ଡାର ଯାଞ୍ଚ ସାରି ଫେରିଆସିଛନ୍ତି ଯାଞ୍ଚକାରୀ। ଯାଞ୍ଚବେଳେ ଭଣ୍ଡାର ଛାତରେ ଫାଟ ଦେଖିବାକୁ ମିଳିଛି। ଯାଞ୍ଚ ପରେ ବାହାରକୁ ବାହାରିବା ପରେ ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବିଧି ମୁତାବକ ଯାଞ୍ଚ କାର୍ଯ୍ୟ କରାଯାଇଛି। କେବଳ ବାହାର ଭଣ୍ଡାର ଯାଞ୍ଚ ହେଲା, ଭିତର ହେଲାନି ଭଣ୍ଡାର ଘର ଛାତରେ ଫାଟ ରହିଥିବା ଦେଖିପାରିଲୁ […]

ରତ୍ନ ଭଣ୍ଡାର ଯାଞ୍ଚ ଶେଷ

ratna bhandar---

Advertisment

ପୁରୀ : ସରିଲା ରତ୍ନ ଭଣ୍ଡାର ଯାଞ୍ଚ। ବାହାର ୨ଟି ଭଣ୍ଡାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ବାହାର ଭଣ୍ଡାର ଯାଞ୍ଚ ସାରି ଫେରିଆସିଛନ୍ତି ଯାଞ୍ଚକାରୀ। ଯାଞ୍ଚବେଳେ ଭଣ୍ଡାର ଛାତରେ ଫାଟ ଦେଖିବାକୁ ମିଳିଛି। ଯାଞ୍ଚ ପରେ ବାହାରକୁ ବାହାରିବା ପରେ ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବିଧି ମୁତାବକ ଯାଞ୍ଚ କାର୍ଯ୍ୟ କରାଯାଇଛି। କେବଳ ବାହାର ଭଣ୍ଡାର ଯାଞ୍ଚ ହେଲା, ଭିତର ହେଲାନି ଭଣ୍ଡାର ଘର ଛାତରେ ଫାଟ ରହିଥିବା ଦେଖିପାରିଲୁ ବୋଲି ସେ କହିଛନ୍ତି।

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଭିତରକୁ ଯାଇଥିଲା ୧୬ ଜଣିଆ ଟିମ୍। ସମସ୍ତ ପ୍ରାଧିକୃତ ଯାଞ୍ଚକାରୀ ଗାମୁଛା ପିନ୍ଧି ଭଣ୍ଡାର ଘରକୁ ଯାଇଥିଲେ। ଏସ୍‌ପିଙ୍କ ତତ୍ୱାବଧାନରେ ଯାଞ୍ଚ ପରେ ସମସ୍ତେ ପ୍ରବେଶ କରିଥିଲେ। ତେବେ ଏସ୍‌ପି ଗାମୁଛା ପିନ୍ଧି ନଥିବାରୁ ଭଣ୍ଡାରକୁ ଯାଇନଥିଲେ।

ତେବେ ଭଣ୍ଡାର ଘରେ ଯାଞ୍ଚ ବେଳେ ଅସୁସ୍ଥ ହୋଇ ପଡିଥିଲେ କୋର କମିଟି ସଦସ୍ୟ ଜି.ସି ମିତ୍ର। ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ଆଘାତ ପରେ ମିତ୍ରଙ୍କୁ ଭଣ୍ଡାର ଘରୁ ବାହାରକୁ ଅଣାଯାଇଥିଲା। କିଛି ସମୟ ପାଇଁ ଶ୍ରୀମନ୍ଦିର ଭିତରେ ଥିବା ASI ଅଫିସ୍‌ରେ ରହିଥିଲେ ଜିସି ମିତ୍ର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଓଡ୍ରାଫ୍ ଏବଂ ଓସ୍ଡ଼ମା କର୍ମଚାରୀ ମଧ୍ୟ ସରଞ୍ଜାମ ଧରି ମନ୍ଦିର ଭିତରକୁ ଯାଇଥିଲେ। ସେମାନେ ଅକ୍ସିଜେନ୍ ସିଲିଣ୍ଡର ଓ ସର୍ଚ୍ଚ ଲାଇଟ ଧରି ମନ୍ଦିର ଭିତରକୁ ଯାଇଥିଲେ।ମେଟାଲ ଡିଟେର ବି ମନ୍ଦିର ପରିସରକୁ ଯାଇଥିଲା। ଏଥିସହ ରତ୍ନ ଭଣ୍ଡାରରୁ ସାପ ବାହାରିବା ଆଶଙ୍କାରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମଧ୍ୟ ମନ୍ଦିର ଭିତରକୁ ଯାଇଥିଲେ।

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କରି ପ୍ରାଧିକୃତ ଟିମ ଫେରିବା ପରେ, ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଦିନ ୨ଟା ୨୫ରୁ ୩୦ ମଧ୍ୟରେ ପ୍ରାଧିକୃତ ସଦସ୍ୟମାନେ ଯାଇଥିଲେ। ଆବଶ୍ୟକ ଯାଞ୍ଚ ପରେ ସଦସ୍ୟମାନେ ଭିତରକୁ ପ୍ରବେଶ କରିଥିଲେ।ଗଜପତିଙ୍କ ପ୍ରତିନିଧି, ନୀତି ପ୍ରଶାସକ, ଭଣ୍ଡାର ମେକାପ ତାଲା ଖୋଲିଥିଲେ।

ବାହାର ରତ୍ନ ଭଣ୍ଡାରରେ ପ୍ରବେଶ କରିବା ପରେ ସର୍ଚ୍ଚ ଲାଇଟରେ ଦେଖିଥିଲେ ବାହାର ରତ୍ନଭଣ୍ଡାର। ଭିତରେ ପ୍ରବଳ ଅଳନ୍ଧୁ ଥିଲା, ଝାଡ଼ୁ ମଗାଇ ସବୁ ସଫା କରାଗଲା। କାନ୍ଥ, ଛାତକୁ ହାତ ଲଗାଇ ଦେଖିଥିଲେ। କାନ୍ଥ ଓଦା ଥିଲା। ବାହାର ରତ୍ନ ଭଣ୍ଡାରରୁ ଭିତର ଭଣ୍ଡାର ଦେଖି ହେଉଥିଲା। ଦୁଇ ଭଣ୍ଡାର ଭିତରେ ଥିବା ଜାଲିରେ ଭିତର ଦେଖି ହେଉଥିଲ।।

Advertisment
Puri Srimandir Ratna Bhandar Inspection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ