Advertisment

ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରେ ପଡୁଥିବା ଲୁଗା ଓ ଶାଢ଼ୀକୁ ନିଲାମ ପାଇଁ ନିଷ୍ପତ୍ତି

ପୁରୀ: ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢ଼ୀକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ତାଲିକା କରାଯାଇ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ […]

ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରେ ପଡୁଥିବା ଲୁଗା ଓ ଶାଢ଼ୀକୁ ନିଲାମ ପାଇଁ ନିଷ୍ପତ୍ତି

jagannath temple

Advertisment

ପୁରୀ: ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢ଼ୀକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ତାଲିକା କରାଯାଇ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ।

Advertisment

ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଭଳି ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା ପରିଷଦ ନେଇପାରିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

ସେପଟେ ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ମଧ୍ୟ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆ ଆଦିକୁ ବିକ୍ରି ଏବଂ ନିଲାମ କରାଯିବ ବୋଲି କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି। ମହାପ୍ରଭୁ ବ୍ୟବହାର କରିଥିବା ଲୁଗା ବିକ୍ରି କରିବାର କୌଣସି ଦୃଷ୍ଟାନ୍ତ ନାହିଁ।

Advertisment
Puri Jagannath Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ