Advertisment

ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାକୁ ଆସନ୍ତା ସପ୍ତାହରେ ହେବ ମୋଦି – ଜିନ୍ ପିଙ୍ଗ୍ ଭେଟ।  ଚୀନ ଗସ୍ତ କରି ରାଷ୍ଟ୍ରପତି ଜିନ୍ ପିଙ୍ଗ୍‌ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୭ ଓ ୨୮ ତାରିଖରେ ଏହି ଦ୍ୱିପାକ୍ଷିକ ବୈଠକ ହେବ ଏବଂ ଏଥିରେ କୌଣସି ଚୁକ୍ତି ସ୍ୱାକ୍ଷର ହେବ ନାହିଁ  ବରଂ କେବଳ ଉଭୟ ଦେଶର ସମ୍ପର୍କ ସୁଦୃଢ଼ କରିବା ଦିଗରେ ଆଲୋଚନା ହେବ ବୋଲି ଘୋଷଣା କରିଛନ୍ତି […]

ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

modi visit to china

Advertisment

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାକୁ ଆସନ୍ତା ସପ୍ତାହରେ ହେବ ମୋଦି - ଜିନ୍ ପିଙ୍ଗ୍ ଭେଟ।  ଚୀନ ଗସ୍ତ କରି ରାଷ୍ଟ୍ରପତି ଜିନ୍ ପିଙ୍ଗ୍‌ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଆସନ୍ତା ୨୭ ଓ ୨୮ ତାରିଖରେ ଏହି ଦ୍ୱିପାକ୍ଷିକ ବୈଠକ ହେବ ଏବଂ ଏଥିରେ କୌଣସି ଚୁକ୍ତି ସ୍ୱାକ୍ଷର ହେବ ନାହିଁ  ବରଂ କେବଳ ଉଭୟ ଦେଶର ସମ୍ପର୍କ ସୁଦୃଢ଼ କରିବା ଦିଗରେ ଆଲୋଚନା ହେବ ବୋଲି ଘୋଷଣା କରିଛନ୍ତି ଉଭୟ ଦେଶର ବୈଦେଶିକ ମନ୍ତ୍ରୀ।

ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ ବୈଠକରେ ଯୋଗଦେବାକୁ ଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବେଜିଙ୍ଗ୍‌ରେ ଏହି ସୂଚନା ଦେଇଛନ୍ତି। ଚୀନ୍‌ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ୍ୱାଙ୍ଗ୍ ଇ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Advertisment

୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଚତୁର୍ଥ ଚୀନ ଗସ୍ତ ହେବ।

Prime Minister Narendra Modi Modi Visit To China Narendra Modi Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ