Advertisment

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ  କୋବିନ୍ଦ।  ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟରେ ସେ ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଠାରୁ ସିଧା  କଟକ ଯାଇ ଦିନ ୧୨ଟା ୧୫ ମିନିଟରେ ସେ ବିଜୁ ପଟ୍ଟନାୟକ  ମ୍ୟୁଜିୟମକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।  ବିଜୁ  ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ମ୍ୟୁଜିୟମରେ ପରିଣତ  କରାଯାଇଛି। ରାଷ୍ଟ୍ରପତି କଟକର ନେତାଜୀ ମ୍ୟୁଜିୟମ, ନ୍ୟାସନାଲ  ଲ ୟୁନିଭରସିଟିରେ ମଧ୍ୟ […]

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ram nath kovind

Advertisment

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ  କୋବିନ୍ଦ।  ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟରେ ସେ ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Advertisment

ଏଠାରୁ ସିଧା  କଟକ ଯାଇ ଦିନ ୧୨ଟା ୧୫ ମିନିଟରେ ସେ ବିଜୁ ପଟ୍ଟନାୟକ  ମ୍ୟୁଜିୟମକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।  ବିଜୁ  ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ମ୍ୟୁଜିୟମରେ ପରିଣତ  କରାଯାଇଛି।

ରାଷ୍ଟ୍ରପତି କଟକର ନେତାଜୀ ମ୍ୟୁଜିୟମ, ନ୍ୟାସନାଲ  ଲ ୟୁନିଭରସିଟିରେ ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ  ଭୁବନେଶ୍ୱରରେ ICT ମୁମ୍ବାଇର ଇଣ୍ଡିଆନ ଅଏଲ୍ ଓଡ଼ିଶା କ୍ୟାମ୍ପସର  ଉଦଘାଟନ କରିବେ।

Advertisment

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଟକରେ କଡ଼ା  ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ଗତକାଲି କାର୍କେଡ୍ ରିହର୍ସଲ ମଧ୍ୟ  କରାଯାଇଥିଲା।

ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତି ପୁରୀ ମଧ୍ୟ ଯିବେ।   ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ସର୍କିଟ ହାଉସକୁ  ପ୍ରସ୍ତୁତ କରାଯାଇଛି।  ସମସ୍ତ ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ  କରିଥାନ୍ତି  କିନ୍ତୁ ପ୍ରଥମ ଥର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ  ଗସ୍ତରେ ଆସି ସର୍କିଟ ହାଉସରେ ରାତ୍ରିଯାପନ କରିବେ।  ଆଜି  ସଂଧ୍ୟାରେ ପୁରୀରେ ପହଂଚିବା ପରେ ରାଷ୍ଟ୍ରପତି ଆସନ୍ତାକାଲି ସକାଳ  ୭ଟା ୩୦ ମିନିଟରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେବେ।    ଏହାସହ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ମହୋତ୍ସବରେ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment
Odisha Ram Nath Kovind President Ram Nath Kovind Ram Nath Kovind Odisha Visit Ram Nath Kovind Visit Puri Srimandir President Ram Nath Kovind Visit Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ