Advertisment

ନାବାଳିକା ଦୁଷ୍କର୍ମ ସମ୍ପର୍କିତ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ନାବାଳିକା ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲ୍‌ଡ଼୍ରେନ୍‌ ଫ୍ରମ୍ ସେକ୍ସୁ‌ଆଲ୍ ଅଫେନ୍‌ସେନ୍ସ ଆଇନ୍‌ରେ ପରିବର୍ତ୍ତନ ସଂପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା। ଏହା ପରେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା। ଅଧ୍ୟାଦେଶ ଅନୁସାରେ […]

ନାବାଳିକା ଦୁଷ୍କର୍ମ ସମ୍ପର୍କିତ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ram nath kovind

Advertisment

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ନାବାଳିକା ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର।

Advertisment

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲ୍‌ଡ଼୍ରେନ୍‌ ଫ୍ରମ୍ ସେକ୍ସୁ‌ଆଲ୍ ଅଫେନ୍‌ସେନ୍ସ ଆଇନ୍‌ରେ ପରିବର୍ତ୍ତନ ସଂପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା। ଏହା ପରେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା।

ଅଧ୍ୟାଦେଶ ଅନୁସାରେ ଏଣିକି ୧୨ ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିବ। ସେହିଭଳି ୧୬ ବର୍ଷରୁ କମ୍ ବାଳିକାଙ୍କୁ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍ ମିଳି ପାରିବ ନାହିଁ।

Advertisment

୨ ମାସ ଭିତରେ ମାମଲାର ତଦନ୍ତ ଓ ପରବର୍ତ୍ତୀ ୨ ମାସ ଭିତରେ ବିଚାର ପ୍ରକ୍ରିୟା ଶେଷ କରିବାକୁ ଅଧ୍ୟାଦେଶରେ ଉଲ୍ଲେଖ ଅଛି।  କଠୁଆ ଓ ସୁରଟରେ ନାବାଳିକାଙ୍କୁ ଦୁଷ୍କର୍ମ  ଓ ହତ୍ୟା କରାଯିବା ପରେ ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଥିଲା ଏବଂ ଏଭଳି ଘଟଣା ରୋକିବା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଥିଲା।

Ram Nath Kovind Minor Girl Rape President Ram Nath Kovind Death Penalty For Rape Death Penalty For Minor Girl Rape Penalty For Minor Girl Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ