Advertisment

ବମିଖାଲ ଓଭର ବ୍ରିଜ୍‌ରେ ଦୁର୍ଘଟଣା : ଜଣେ ମୃତ ,ଜଣେ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ରେ ପୁଣି ଦୁର୍ଘଟଣା। ନିର୍ମାଣାଧିନ ବ୍ରିଜର ଲୁହା ରଡ୍‌ରେ ଚାପି ହୋଇ ୨ ଶ୍ରମିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ହେଲେ ସୁନ୍ଦରଗଡ଼ର ଅଜୟ ଗୁମିଚ ଆଜି ରାତି ପ୍ରାୟ ୯ଟାବେଳେ ଘଟିଥିଲା ଏହି […]

ବମିଖାଲ ଓଭର ବ୍ରିଜ୍‌ରେ ଦୁର୍ଘଟଣା : ଜଣେ ମୃତ ,ଜଣେ ଗୁରୁତର

one die

Advertisment

ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ରେ ପୁଣି ଦୁର୍ଘଟଣା। ନିର୍ମାଣାଧିନ ବ୍ରିଜର ଲୁହା ରଡ୍‌ରେ ଚାପି ହୋଇ ୨ ଶ୍ରମିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ହେଲେ ସୁନ୍ଦରଗଡ଼ର ଅଜୟ ଗୁମିଚ

Advertisment

publive-imageଆଜି ରାତି ପ୍ରାୟ ୯ଟାବେଳେ ଘଟିଥିଲା ଏହି ଘଟଣା। ଲୁହା ଛଡ଼ ବନ୍ଧା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଠାରେ ୮ ଜଣ ଶ୍ରମିକ କାମ କରୁଥିବାବେଳେ ୨ ଜଣ ଶ୍ରମିକ ଲୁହା ରଡରେ ଚାପି ହୋଇ ରହିଯାଇଯାଇଥିଲେ। ପ୍ରାୟ ୨୦ ମିନିଟ୍ କାଳ ଫସିରହିଥିଲେ ଏହି ଦୁଇ ଶ୍ରମିକ। ଏହାପରେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ୨ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା।

publive-imageଗତ ବର୍ଷ ସେମ୍ବେର ୧୦ ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜ୍। ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।  ଝିଅକୁ ଡ୍ୟାନ୍ସ ସ୍କୁଲରୁ ଘରକୁ ଆଣୁଥିବା ବେଳେ ତାଙ୍କ ଉପରେ ଓଜାଡି ହୋଇ ପଡିଥିଲା ଲୁହା ରଡ୍ ଓ କଂକ୍ରିଟ୍।

Advertisment

ସୌଭାଗ୍ୟକୁ କାମ କରୁଥିବା ୧୦ରୁ ଅଧିକ ଶ୍ରମିକ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ବ୍ରିଜ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଥିଲା।

ଦେଖନ୍ତୁ ଏହି ଭିଡ଼ିଓ- 

Odisha Latest Bhubaneswar News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ