Advertisment

ପୁଣି ଅପରାଧୀ ସାଜିଲା ଖାକି ପୋଷାକ, ଚାକିରି ଦେବା ନାଁରେ ଠକିଲା..

ଢ଼େଙ୍କାନାଳ: ପୁଣି ଅପରାଧୀ ସାଜିଲା ଖାକି ପୋଷାକ । ଅପରାଧ ଧରିବା ପାଇଁ ଉଦ୍ଧିଷ୍ଟ ପୋଲିସ ଏବେ ନିଜେ ଅପରାଧୀ । ଲୋକଙ୍କୁ ଠକାମୀର ଶିକାର ହେବାରୁ ବଞ୍ଚାଇବା ପାଇଁ ଥିବା ପୋଲିସ ନିଜେ ଠକୁଛି । ଚାକରି କରାଇଦେବା ଲୋଭ…

ପୁଣି ଅପରାଧୀ ସାଜିଲା ଖାକି ପୋଷାକ, ଚାକିରି ଦେବା ନାଁରେ ଠକିଲା..

home-guard

Advertisment

ଢ଼େଙ୍କାନାଳ: ପୁଣି ଅପରାଧୀ ସାଜିଲା ଖାକି ପୋଷାକ । ଅପରାଧ ଧରିବା ପାଇଁ ଉଦ୍ଧିଷ୍ଟ ପୋଲିସ ଏବେ ନିଜେ ଅପରାଧୀ । ଲୋକଙ୍କୁ ଠକାମୀର ଶିକାର ହେବାରୁ ବଞ୍ଚାଇବା ପାଇଁ ଥିବା ପୋଲିସ ନିଜେ ଠକୁଛି । ଚାକରି କରାଇଦେବା ଲୋଭ ଦେଖାଇ ଲୋକଙ୍କୁ ଲୁଟିଛନ୍ତି ଜଣ ପୋଲିସ ହୋମଗାର୍ଡ ।

Advertisment

ଚାକିରି କରାଇ ଦେବା ପାଇଁ ଟଙ୍କା କାରବାର କରି ଫସିଲେ ହୋମଗାର୍ଡ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରେ କାର୍ଯ୍ୟରତ ହୋମଗାର୍ଡ ଜଗବନ୍ଧୁ ପରିଡାଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏନେଇ ତଦନ୍ତ କରିବା ପରେ ଜଗବନ୍ଧୁଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ସୂଚନା ଅନୁଯାୟୀ ନିଜେ ହୋମଗାର୍ଡ ଚାକିରି କରିଥିବା ଜଗବନ୍ଧୁ ଅନ୍ୟମାନଙ୍କୁ ସେହି ହୋମଗାର୍ଡ ଚାକିରି କରାଇ ଦେବେ କହି ହଜାର ହଜାର ଟଙ୍କା ଠକୁଥିଲେ । ଟଙ୍କା ଦେବା ପରେ ମଧ୍ୟ ଚାକିରୀ ହେଉନଥିଲା ।

ଏମିତି ଜଣେ ବ୍ୟକ୍ତି ଟଙ୍କା ଦେଇ ସାରିବା ପରେ ଚାକିରି ନପାଇ ହତାଶ ହୋଇ ପଡ଼ିଥିଲେ । ଆଉ ତାପରେ ଠାକାମିର ଶିକାର ହୋଇଥିବା ଏହି ଯୁବକ ଢେଙ୍କାନାଳ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଯୁବକଙ୍କ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଖାଲି ସେତିକି ନୁହେଁ ତଦନ୍ତ ଆଧାରରେ ହୋମଗାର୍ଡ ଜଗବନ୍ଧୁଙ୍କୁ ଗିରଫ ମଧ୍ୟ କରିଥିଲା ।  ଜଗବନ୍ଧୁଙ୍କୁ ଥାନାରେ ପଚରାଉଚରା କରିବା ପରେ ତାକୁ ପୋଲିସ କୋର୍ଟ ଚାଲାଣ କରିଛି ।

Advertisment

Home Guard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ