Modi-Jinping
ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଆଜି ବୁହାନ ସହର ଇଷ୍ଟ୍ ହ୍ରଦ କୂଳରେ କିଛି ସମୟ ବୁଲିବା ପରେ ନୌକାବିହାର କରିଥିଲେ । ଏଥିସହ ଉଭୟ ନେତା ମିଶିକି ଚା’ ମଧ୍ୟ ପିଇଥିଲେ। ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଉଭୟ ନେତାଙ୍କର ୬ଥର ସାକ୍ଷାତ। ଦୁଇ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛ।
/odishatv-khabar/media/post_attachments/wp-content/uploads/2018/04/china-2.jpg)
ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ନିଜନିଜ ସାମରିକ ବାହିନୀକୁ ନିର୍ଦ୍ଦେଶାବଳୀ ଜାରି କରିବେ ଭାରତ ଓ ଚୀନ୍। ଆଜି ଉଭୟ ଦେଶ ମଧ୍ୟରେ ଚାଲିଥିବା ଅନୌପଚାରିକ ଶିଖର ସମ୍ମିଳନୀର ଅନ୍ତିମ ଦିନରେ ଏହି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗ୍।
/odishatv-khabar/media/post_attachments/wp-content/uploads/2018/04/china-7.jpg)
ଦୁଇ ଦେଶର ସେନା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ସହ ଆସ୍ଥା ଓ ସହଯୋଗକୁ ସୁଦୃଢ କରିବା ଲାଗି ପଦକ୍ଷେପ ନେବାକୁ ଉଭୟ ରାଷ୍ଟ୍ରନେତା ରାଜି ହୋଇଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିଜୟ ଗୋଖ୍ଲେ।
/odishatv-khabar/media/post_attachments/wp-content/uploads/2018/04/china-5.jpg)
ଗତକାଲି ଚୀନ୍ର ବୁହାନ ସହରରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଥିଲା।
/odishatv-khabar/media/post_attachments/wp-content/uploads/2018/04/china-8.jpg)
ନିଜ ଦେଶର ବିକାଶ ଓ ବିଶ୍ୱର ହିତ ଲାଗି ଦୁଇ ଦେଶ ଏକାଠି କାମ କରିବା ଉଚିତ୍ ବୋଲି ମୋଦି କହିଥିଲେ। ୨୦୧୯ରେ ଭାରତରେ ଏଭଳି ଅନୌପଚାରିକ ସମ୍ମିଳନୀ ପାଇଁ ଜିନ୍ପିଙ୍ଗ୍ଙ୍କୁ ନିୟନ୍ତ୍ରଣ କରିଛନ୍ତି ମୋଦି। ଏହି ଅନୌପଚାରିକ ଆଲୋଚନା ଦ୍ୱାରା ଦୁଇ ଦେଶ ନିକଟତର ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ।
/odishatv-khabar/media/post_attachments/wp-content/uploads/2018/04/china-3.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/china-1_1626502450.jpg)