court
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ। ନିର୍ବାଚନୀ ସତ୍ୟପାଠ ଦାଖଲ ବେଳେ ବୈଜୟନ୍ତ ବହୁତ ତଥ୍ୟ ଲୁଚାଇଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା SDJM କୋର୍ଟରେ ଏହି ଆବେଦନ କରାଯାଇଛି। କଟକ ଜିଲ୍ଲା ହରିଅନ୍ତା ବାସିନ୍ଦା ଗୋପାଳ ଲେଙ୍କାଙ୍କ ପକ୍ଷରୁ ଓକିଲ ଅକ୍ଷୟ ନାୟକ ଏହି ଆବେଦନ କରିଛନ୍ତି।
ଜନ ପ୍ରତିନିଧି ଆଇନର ଧାରା ୧୨୫ (ଏ) ଆଧାରରେ ମାମଲା ପାଇଁ ଆବେଦନ କରାଯାଇଛି। ବୈଜୟନ୍ତ ସତ୍ୟପାଠ ଦାଖଲ ବେଳେ ଅଫିସ୍ ଅଫ୍ ପ୍ରଫିଟ୍ ତଥ୍ୟ ଲୁଚାଇଥିବା ନେଇ ଏଥିରେ ଅଭିଯୋଗ କରାଯାଇଛି ।
ସେପଟେ କେନ୍ଦ୍ରାପଡା ଏସଡ଼ିଜେଏମ୍ କୋର୍ଟରେ ତାଙ୍କ ବିରୋଧରେ ମାମଲା ପାଇଁ ଆବେଦନ ସଂପର୍କରେ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି ଯେ, ସମସ୍ତେ ଜାଣନ୍ତି କିଏ ଏପରି ମିଥ୍ୟା ଅଭିଯୋଗର ପ୍ରଚାର କରୁଛନ୍ତି। ନିର୍ବାଚନ ଆୟୋଗ ଏବଂ ନ୍ୟାୟାଳୟଙ୍କଠାରୁ ମୁଁ ନିଶ୍ଚିତ ନ୍ୟାୟ ପାଇବି ବୋଲି ଟ୍ୱିଟ୍ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/court_1626432601.jpg)