Advertisment

ସର୍ବକାଳୀନ ରେକର୍ଡ ଛୁଇଁଲା ତୈଳଦର

ଭୁବନେଶ୍ୱର : ମୁମ୍ବାଇରେ ୮୪, ଦିଲ୍ଲୀରେ ୭୬। ସର୍ବକାଳୀନ ରେକର୍ଡ କରିଛି ତୈଳ ଦର। କର୍ଣ୍ଣାଟକ ନିର୍ବାଚନ ସରିବା ପରଠାରୁ ଗତ ୧୪ ତାରିଖରୁ କ୍ରମାଗତ ୭ ଦିନ ହେଲା ଦୈନିକ ବଢିଛି ଦର। ଏହା ପୂର୍ବରୁ ୧୯ ଦିନ ଧରି ତେଲ ଦର ଅପରିବର୍ତ୍ତିତ ରହିଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର ବୃଦ୍ଧି ସତ୍ତ୍ୱେ କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରାୟ ୩ ସପ୍ତାହ ଧରି ତୈଳ ଦରକୁ ନିୟନ୍ତ୍ରଣରେ ରଖିଥିବା କୁହାଯାଉଛି। […]

ସର୍ବକାଳୀନ ରେକର୍ଡ ଛୁଇଁଲା ତୈଳଦର

ଦଗତ

Advertisment

ଭୁବନେଶ୍ୱର : ମୁମ୍ବାଇରେ ୮୪, ଦିଲ୍ଲୀରେ ୭୬। ସର୍ବକାଳୀନ ରେକର୍ଡ କରିଛି ତୈଳ ଦର। କର୍ଣ୍ଣାଟକ ନିର୍ବାଚନ ସରିବା ପରଠାରୁ ଗତ ୧୪ ତାରିଖରୁ କ୍ରମାଗତ ୭ ଦିନ ହେଲା ଦୈନିକ ବଢିଛି ଦର। ଏହା ପୂର୍ବରୁ ୧୯ ଦିନ ଧରି ତେଲ ଦର ଅପରିବର୍ତ୍ତିତ ରହିଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର ବୃଦ୍ଧି ସତ୍ତ୍ୱେ କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରାୟ ୩ ସପ୍ତାହ ଧରି ତୈଳ ଦରକୁ ନିୟନ୍ତ୍ରଣରେ ରଖିଥିବା କୁହାଯାଉଛି।

Advertisment

publive-imageତେବେ ନିର୍ବାଚନ ସରିବା ପରେ ତୈଳ କଂପାନୀଗୁଡିକ ଅନ୍ତର୍ଜାତୀୟ ବଜାର ଅନୁସାରେ ଦର ନିର୍ଦ୍ଧାରଣ କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦରରେ ସର୍ବକାଳୀନ ବୃଦ୍ଧି ଘଟିଛି।ଏପଟେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଠା ୭୫ଟଙ୍କା ୨ ପଇସା ଥିବା ବେଳେ ଡିଜେଲ ରହିଛି ୭୨ ଟଙ୍କା ୩୮ ପଇସା। କଟକରେ ପେଟ୍ରୋଲ ୭୫ଟଙ୍କା ୨୭ ପଇସା ଓ ଡିଜେଲ ୭୨ଟଙ୍କା ୬୩ ପଇସା ଏବଂ ସମ୍ବଲପୁରରେ ପେଟ୍ରୋଲ ୭୫ଟଙ୍କା ୪୯ ପଇସା ଓ ଡିଜେଲ  ୭୨ଟଙ୍କା ୮୬ ପଇସା ରହିଛି।

publive-imageତେବେ ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ହଠାତ୍ ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ନିଜେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ପାଦନ କମିଥିବାରୁ ତୈଳ ଦର ବଢିଥିବା ସେ ସୂଚନା ଦେଇଛନ୍ତି। ଦର ନିୟନ୍ତ୍ରଣ ଲାଗି ବିକଳ୍ପ ଚିନ୍ତା କରାଯାଉଥିବା କହିଛନ୍ତି ଧର୍ମେନ୍ଦ୍ର। ସେପଟେ ତେଲ ଦର ଆକାଶଛୁଆଁ ହୋଇଥିବା ବେଳେ ଟିକସ ହ୍ରାସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର ବୋଲି କହିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।

Advertisment

ବେଲଗାମ୍ ତେଲ ଦର ଖାଉଟୀଙ୍କ ହୋସ୍ ଉଡାଇ ଦେଇଛି। ତେବେ ଦର ନିୟନ୍ତ୍ରଣ ଲାଗି ସରକାର କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର ରହିଛି।

Petrol Diesel Hike Rates Oil Companies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ