Advertisment

ଚିନ୍ତାରେ ତୈଳ ଦର ! ୪ ବର୍ଷ ଭିତରେ ପେଟ୍ରୋଲ୍ ଦରରେ ରେକର୍ଡ଼ ବୃଦ୍ଧି

ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରେ ତୈଳ ଦର। ପେଟ୍ରୋଲ୍‌ ଓ ଡ଼ିଜେଲ୍‌ ଦର ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ବୃଦ୍ଧି ଘଟୁଛି। ସୋମବାର ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ଲିଟର ପିଛା ୬୪ ଟଙ୍କା ୫୮ ପଇସାରେ ପହଞ୍ଚି ରେକର୍ଡ କରିଛି। ସେହିଭଳି ଲିଟର ପିଛା ପେଟ୍ରୋଲ ଦର ମଧ୍ୟ […]

ଚିନ୍ତାରେ ତୈଳ ଦର ! ୪ ବର୍ଷ ଭିତରେ ପେଟ୍ରୋଲ୍ ଦରରେ ରେକର୍ଡ଼ ବୃଦ୍ଧି

petrol

Advertisment

ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରେ ତୈଳ ଦର। ପେଟ୍ରୋଲ୍‌ ଓ ଡ଼ିଜେଲ୍‌ ଦର ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ବୃଦ୍ଧି ଘଟୁଛି। ସୋମବାର ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି।

Advertisment

ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ଲିଟର ପିଛା ୬୪ ଟଙ୍କା ୫୮ ପଇସାରେ ପହଞ୍ଚି ରେକର୍ଡ କରିଛି। ସେହିଭଳି ଲିଟର ପିଛା ପେଟ୍ରୋଲ ଦର ମଧ୍ୟ ଦିଲ୍ଲୀରେ ଆଜି ୭୩ ଟଙ୍କା ୭୩ ପଇସାରେ ପହଞ୍ଚିଛି। ସେହିପରି ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ପ୍ରତି ୭୨.୫୭ ଟଙ୍କା ରହିଛି। ଗତ ଜୁନମାସରେ ତୈଳ ଦର ଅଟୋ ମୁଡ୍‌ରେ ଦୈନିକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ପ୍ରତିଦିନ ତୈଳ ଦର ପରିବର୍ତ୍ତନ ହୋଇ ଆସୁଛି।publive-imageତେବେ ଆଜି ଲିଟର ପ୍ରତି ୧୮ ପଇସା ବୃଦ୍ଧି ହୋଇ ତେଲ ଦର ଅହେତୁକ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି 73.73 ହୋଇଥିବା ବେଳେ ୨୦୧୪ ସେପ୍ଟେମ୍ବର ୧୪ରୁ ଏହା  ଦ୍ୱିତୀୟଥର ପାଇଁ ସର୍ବାଧିକ ସ୍ତରକୁ ଛୁଇଁଥିବା ଜଣାପଡ଼ିଛି।  କାରଣ ୨୦୧୪ ସେପ୍ଟେମ୍ବର ୧୪ରେ ଶେଷ ଥର ପାଇଁ ପେଟ୍ରୋଲ 76.06 ଟଙ୍କା ଏବଂ ଡିଜେଲ ଲିଟର ପ୍ରତି 64.58 ଟଙ୍କାରେ ପହଞ୍ଚିଥିଲା।

publive-imageଏହା ପୂର୍ବରୁ ଚଳିତବର୍ଷ ଫେବ୍ରୁଆରି ୭ ତାରିଖରେ ଡିଜେଲ ଦର ସର୍ବାଧିକ ୬୪ ଟଙ୍କା ୨୨ ପଇସା ରହିଥିଲା। ପେଟ୍ରୋଲ ଏବଂ ଡିଜେଲ ଦର ମାତ୍ରାଧିକ ଭାବେ ବୃଦ୍ଧି ପାଇଥିବାରୁ ସରକାରଙ୍କ ଉପରେ ଏବେ ଉତ୍ପାଦନ ଶୁଳ୍କ ହ୍ରାସ ପାଇଁ ଚାପ ସୃଷ୍ଟି ହୋଇଛି।

Advertisment

ତୈଳ ଦର ବୃଦ୍ଧି ପରେ ରୋକ୍‌ ଲଗାଇବା ପାଇଁ ପୂର୍ବରୁ ତୈଳ ମନ୍ତ୍ରଣାଳୟ ପକ୍ଷରୁ  ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଗତ ଫେବୃଆରୀ ୧ରେ ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ ତୈଳ ମନ୍ତ୍ରଣାଳୟର ପ୍ରସ୍ତାବକୁ ନଜର ଅନ୍ଦାଜ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଭାରତ ହେଉଛି ସର୍ବାଧିକ ତୈଳ ବୃଦ୍ଧି ହେଉଥିବା ଦେଶ।

୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୯ ଥର ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ୯ ଥରରେ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୧୧ ଟଙ୍କା ୭୭ ପଇସା ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୯ ଥରରେ ଲିଟର ପିଛା ୧୩ ଟଙ୍କା ୪୭ ପଇସା ବୃଦ୍ଧି କରାଯାଇଛି। କିନ୍ତୁ ଗତବର୍ଷ ଅକ୍ଟୋବରରେ ଥରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି। ୨୦୧୪-୧୫ ବର୍ଷରେ ସରକାର ଉତ୍ପାଦନ ଶୁଳ୍କ ବାବଦରେ ୯୯ ହଜାର କୋଟି ଟଙ୍କା ଆଦାୟ କରି ଥିବାବେଳେ ୨୦୧୬-୧୭ରେ ୨ ଲକ୍ଷ ୪୨ ହଜାର କୋଟି ଟଙ୍କା ଆଦାୟ କରିଥିଲେ।

Advertisment
Petrol Diesel Petrol At 4-Year High Prices Hiked Further
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ