Advertisment

ପାଟଣାଗଡ଼ ପାର୍ସଲ ବୋମା ଘଟଣା : କ୍ରାଇମବ୍ରାଞ୍ଚ SIT ତଦନ୍ତ ଆରମ୍ଭ

କଟକ : ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ SIT ତଦନ୍ତ। ଆଡିସିନାଲ ଏସ୍‌ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ SCB ଯାଇ ଟିମ୍ ଆହତ ରୀମାରାଣୀଙ୍କୁ ପଚରାଉଚରା କରିଛି। ଗତ ୨୫ ଦିନ ହେଲା ପୋଲିସ ଘଟଣାର ଖୋଳତାଡ଼ ଚଳାଇଥିଲା। ଘଟଣାର ସବୁ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ଏହାର […]

ପାଟଣାଗଡ଼ ପାର୍ସଲ ବୋମା ଘଟଣା : କ୍ରାଇମବ୍ରାଞ୍ଚ SIT ତଦନ୍ତ ଆରମ୍ଭ

wedding gift

Advertisment

କଟକ : ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ SIT ତଦନ୍ତ। ଆଡିସିନାଲ ଏସ୍‌ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ SCB ଯାଇ ଟିମ୍ ଆହତ ରୀମାରାଣୀଙ୍କୁ ପଚରାଉଚରା କରିଛି।

Advertisment

ଗତ ୨୫ ଦିନ ହେଲା ପୋଲିସ ଘଟଣାର ଖୋଳତାଡ଼ ଚଳାଇଥିଲା। ଘଟଣାର ସବୁ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ଏହାର ଖିଅ ପାଇପାରିନଥିଲା। ସେପଟେ ମୃତ ସୌମ୍ୟଶେଖର ଓ ଆହତ ନବବଧୂ ରୀମାଙ୍କ ବାପ-ମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତୁରନ୍ତ ନ୍ୟାୟ ଦେବାକୁ ଅନୁରୋଧ କରିଥିଲେ।

ସେହିପରି ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀକୁ ଯେପରି ତୁରନ୍ତ ଠାବ କରାଯାଇପାରିବ ସେନେଇ ପଦକ୍ଷେପ ନେବାକୁ ଆହତ ରୀମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Advertisment

ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସିବିଆଇ ତଦନ୍ତ ହେଲେ ହିଁ ସତ ପଦାକୁ ଆସିବ ବୋଲି ମୃତ ସୌମ୍ୟଶେଖର ବାପା ମୂଳରୁ ଦାବି କରିଆସୁଛନ୍ତି। ସେହିପରି ପାଟଣାଗଡ଼ର ଜନସାଧାରଣ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସନ୍ତୁଷ୍ଟ ନୁହନ୍ତି। ପୋଲିସ ପ୍ରାୟ ମାସେ ଧରି ତଦନ୍ତ କରି କୌଣସି ସୁରାକ୍ ପାଇନଥିବାରୁ କ୍ରାଇମବ୍ରାଞ୍ଚ ଘଟଣାର ମୂଳରେ ପହଞ୍ଚିବାରେ କେତେ ସଫଳ ହେବ ତାକୁ ନେଇ ଲୋକଙ୍କ ମନରେ ସନ୍ଦେହ ରହିଛି। CBI ନଚେତ୍ NIA ଦ୍ୱାରା ଘଟଣାର ତଦନ୍ତ ହେଉ ବୋଲି ସେମାନେ ଦାବି କରିଛନ୍ତି।

ଗତ ଫେବ୍ରୁଆରି ୨୩ ତାରିଖରେ ବାହାଘର ଗିଫ୍ଟ ବାକ୍ସ ଖୋଲୁ ଖୋଲୁ ବିସ୍ଫୋରଣ ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ସଂପର୍କୀୟ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିଲା। ତେବେ ପାର୍ସଲ ବୋମାର ତୀବ୍ରତା ଯାହା ଥିଲା ସେଭଳି ବୋମା କେବଳ ଜଣେ ଏକ୍ସପର୍ଟ ହିଁ ତିଆରି କରିପାରିବେ ବୋଲି କୁହାଯାଉଛି। ସେହିପରି ଏହାକୁ ଫେକ୍ ନାଁ ବ୍ୟବହାର କରି କୋରିଅର ସଂସ୍ଥା ମାଧ୍ୟମରେ ଟ୍ରାକିଂ କରି ଯେଭଳି ସୌମ୍ୟଶେଖରଙ୍କ ଘରେ ପହଞ୍ଚାଗଲା, ସେଥିରୁ ଷଡ଼ଯନ୍ତକାରୀର କେତେ ଚତୁର ତାହା ସ୍ପଷ୍ଟ ହେଉଛି। ସେ ଦୃଷ୍ଟିରୁ ଚକ୍ରାନ୍ତର ଚାବି ଖୋଲିବାରେ SIT କେତେଦୂର ସଫଳ ହେଉଛି ଏବେ ତା ଉପରେ ନଜର।

Advertisment
Patnagarh Wedding Gift Blast Percel Bomb Blast Started Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ