Advertisment

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ। ପାର୍ସଲ୍ ବୋମା ପଠାଇଥିବା ବ୍ୟକ୍ତି ଜଣକ ଓଡ଼ିଆ ବୋଲି କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଛି ସୁରାଗ୍। ସେ ଉଭୟ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ଯୁବକ ଜଣକ ରାୟପୁରର ସ୍କାଏ କିଙ୍ଗ କୋରିୟର ଜରିଆରେ ପାର୍ସଲ ପଠାଇବା ପୂର୍ବରୁ ରାୟପୁରର ଅନ୍ୟ ଏକ କୋରିୟର୍ ସଂସ୍ଥାକୁ ଯାଇଥିଲେ।  କିନ୍ତୁ ଏହି […]

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ

parcel bomb blast

Advertisment

ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ। ପାର୍ସଲ୍ ବୋମା ପଠାଇଥିବା ବ୍ୟକ୍ତି ଜଣକ ଓଡ଼ିଆ ବୋଲି କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଛି ସୁରାଗ୍।

Advertisment

ସେ ଉଭୟ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ଯୁବକ ଜଣକ ରାୟପୁରର ସ୍କାଏ କିଙ୍ଗ କୋରିୟର ଜରିଆରେ ପାର୍ସଲ ପଠାଇବା ପୂର୍ବରୁ ରାୟପୁରର ଅନ୍ୟ ଏକ କୋରିୟର୍ ସଂସ୍ଥାକୁ ଯାଇଥିଲେ।  କିନ୍ତୁ ଏହି କୋରିୟର୍ ସଂସ୍ଥାଟି ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ୧୦ ଦିନ ଭିତରେ ପାଟଣାଗଡ଼ରେ ପହଞ୍ଚାଇ ପାରିବନି ବୋଲି କହିବା ପରେ ସ୍କାଏକିଂ କୋରିୟରକୁ ଯାଇଥିଲେ ଏହି ଯୁବକ ଜଣକ।

ଏ ସମ୍ପର୍କରେ ପୋଲିସ ଠାରୁ ତଥ୍ୟ ପାଇବା ପରେ ରାୟପୁର ଅଭିମୁଖେ ଯାଇଛି କ୍ରାଇମବ୍ରାଞ୍ଚର ୩ ଜଣିଆ ସ୍ୱତନ୍ତ୍ର ଟିମ୍। ସେଠାରେ ଏ ସମସ୍ତ ଦିଗକୁ ତଦନ୍ତ କରିବା ସହ କୋରିଅର ସଂସ୍ଥା ସ୍କାଏ କିଙ୍ଗ କର୍ମଚାରୀଙ୍କୁ ପଚରାଉଚରା କରିବା ସମ୍ଭାବନା ରହିଛି।

Advertisment

ପୂର୍ବରୁ କ୍ରାଇମବ୍ରାଞ୍ଚ SITର ୪ ଜଣିଆ ଟିମ୍ ମୃତ ସୌମ୍ୟଶେଖରଙ୍କ ଭୋଳାନାଥପଡା ସ୍ଥିତ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ବିସ୍ଫୋରଣ କେଉଁ ସମୟରେ, କେଉଁଠି ଏବଂ କିଭଳି ଭାବେ ହୋଇଥିଲା ତା’ର ଯାଞ୍ଚ୍ କରିଥିଲା SIT।

ଏହା ପରେ ପାର୍ସଲ ପହଞ୍ଚାଇଥିବା ପାଟଣାଗଡ଼ର ସ୍କାଏ କିଙ୍ଗ କୋରିୟରର ମାଲିକଙ୍କୁ ମଧ୍ୟ SIT ପଚରାଉଚରା କରିଥିଲା ା ଏହା ପୂର୍ବରୁ SIT ଶୁକ୍ରବାର SCBରେ ଆହତ ରୀମାଙ୍କୁ ମଧ୍ୟ ପଚରାଉଚରା କରିଥିଲା।

Advertisment
Crime Branch Parcel Bomb Blast Wedding Gift Blast Patnagarh Wedding Gift Explosion Patanagarh Parcel Bomb Blast Patanagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ