Advertisment

କ୍ରାଇମବ୍ରାଞ୍ଚ ସ୍କାନରରେ ଅଧ୍ୟାପକ ପୁଞ୍ଜିଲାଲ

ପାଟଣାଗଡ଼ : କାହିଁକି ଭଇଁସା କଲେଜ କ୍ୟାମ୍ପସରେ ପଇଁତରା ମାରୁଛି ଡଗ୍ ସ୍କ୍ୱାର୍ଡ। ଏଇ କ୍ୟାମ୍ପସରେ ହୋଇଥିଲା କି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର କ୍ରାଇମ୍ ପ୍ଲଟ ? କାହିଁକି କ୍ରାଇମବ୍ରାଞ୍ଚ ସ୍କାନରରେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଓ କଲେଜର ଆଉ କିଛି କର୍ମଚାରୀ? ତଦନ୍ତର ଟାର୍ଗେଟ୍ ହିଟ୍‌ର ଶେଷ ପ୍ରୟାସ କରୁଛି କି କ୍ରାଇମବ୍ରାଞ୍ଚ। ମୃତ ସୌମ୍ୟଶେଖରଙ୍କ ମାଆ ଭଇଁସା କଲେଜ ଅଧ୍ୟକ୍ଷା ହେବା ପରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ହିଁ […]

କ୍ରାଇମବ୍ରାଞ୍ଚ ସ୍କାନରରେ ଅଧ୍ୟାପକ ପୁଞ୍ଜିଲାଲ

patanagarh

Advertisment

ପାଟଣାଗଡ଼ : କାହିଁକି ଭଇଁସା କଲେଜ କ୍ୟାମ୍ପସରେ ପଇଁତରା ମାରୁଛି ଡଗ୍ ସ୍କ୍ୱାର୍ଡ। ଏଇ କ୍ୟାମ୍ପସରେ ହୋଇଥିଲା କି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର କ୍ରାଇମ୍ ପ୍ଲଟ ? କାହିଁକି କ୍ରାଇମବ୍ରାଞ୍ଚ ସ୍କାନରରେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଓ କଲେଜର ଆଉ କିଛି କର୍ମଚାରୀ? ତଦନ୍ତର ଟାର୍ଗେଟ୍ ହିଟ୍‌ର ଶେଷ ପ୍ରୟାସ କରୁଛି କି କ୍ରାଇମବ୍ରାଞ୍ଚ। ମୃତ ସୌମ୍ୟଶେଖରଙ୍କ ମାଆ ଭଇଁସା କଲେଜ ଅଧ୍ୟକ୍ଷା ହେବା ପରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ହିଁ ପୁଞ୍ଜି କରି ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଚାଲିଛି ଘନ ଘନ ଜେରା।

Advertisment

publive-imageସେପଟେ ପାର୍ସଲ ଡେଲିଭରି ଦେଇଥିବା ପାଟଣାଗଡ଼ର ସ୍କାଏ କିଙ୍ଗ୍‌ କୋରିଅର ମାଲିକ ଦିଲ୍ଲିପ ଦାସ ଓ କୋରିଅର ବଏ ସୁଶାନ୍ତ ସେଠକୁ ମଧ୍ୟ ଗତକାଲି ରାତିରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଆଉ ଏସବୁ ଭିତରେ ଆସିଛି ବ୍ଲାଷ୍ଟରେ ନୂଆ ଲିଙ୍କ୍। ନୂଆପଡ଼ା ଜିଲ୍ଲା ସହିନାମୁଣ୍ଡା ଗାଁର ବୈବସୂତ ବିନ୍ଧାଣୀ ନାମକ ଜଣେ ବ୍ୟକ୍ତିଙ୍କୁ ଗତକାଲି ରାତିରୁ ଉଠାଇ ଆଣି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ମିଳିଥିବା ସୂଚନା ଅନୁସାରେ ବୈବସୂତ ପୂର୍ବରୁ ବେଆଇନ ଦେଶୀ ବନ୍ଧୁକ କାରବାର ସହ ଏକ ହତ୍ୟା ମାମଲାରେ ଜେଲ୍ ଯାଇଥିଲେ। ତେଣୁ ତାଙ୍କ ମାଧ୍ୟମରେ ଘଟଣାକୁ ଅନ୍ତିମ ରୂପ ଦିଆଯାଇ ପାରିଥାଏ ବୋଲି ତଦନ୍ତ କରୁଥିବା ଏସ୍ଆଇଟିର ସନ୍ଦେହ ବଢିଛି। ସେପଟେ ଡିଜିପି ପୁଣି ଥରେ କହିଛନ୍ତି ଖୁବଶୀଘ୍ର ରହସ୍ୟର ପର୍ଦ୍ଦାଫାସ୍ ହେବ।

publive-imageଫେବ୍ରୁଆରୀ ୨୩ରୁ ଏପ୍ରିଲ ୨୩ ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାକୁ ପୂରିଛି ୨ମାସ। ପ୍ରଥମେ ସ୍ଥାନୀୟ ପୋଲିସର ମାସେ ଧରି ତନାଘନା ଆଉ ତା ପରେ କ୍ରାଇମବ୍ରାଞ୍ଚ ଏସଆଇଟିର ଖୋଳତାଡ଼। ୬୦ଦିନ ପରେ ବି ମୃତ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେ ମାଆଙ୍କ ହତ୍ୟାକାରୀ କିଏ ଜଣାପଡିନି।

Advertisment

ସେପଟେ ଏସସିବିରୁ ଚିକିତ୍ସିତ ହୋଇ ଫେରିଥିବା ରୀମାରାଣୀ କିନ୍ତୁ ଆଦୌ ଭୁଲି ପାରୁନାହାନ୍ତି ସେ ଛାତିଥରା ଘଟଣାକୁ। ମାତ୍ର ୪ଦିନର ସଂସାର ଭାଙ୍ଗି ତାଙ୍କ ମୁଣ୍ଡରୁ ସିନ୍ଦୁର ଲିଭେଇ ଦେଇଥିବା ହତ୍ୟାକାରୀକୁ ଶୀଘ୍ର ଧରି ଫାଶି ଦେବାକୁ ଦାବି କରିଛନ୍ତି।

Bolangir Crime Branch Punjilal Meher Parcel Bomb Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ