Advertisment

ଖାତା ଦେଖୁନଥିବା ଶିକ୍ଷକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ଆସୁନଥିବା ଅଧ୍ୟାପକଙ୍କୁ ନିଲମ୍ବନ କର। ଯୁକ୍ତ ଦୁଇ ଖାତା ଦେଖିବାକୁ ଆସୁନଥିବା ପରୀକ୍ଷକଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନରେ ବହୁ ସଂଖ୍ୟାରେ ଅଧ୍ୟାପକ ସାମିଲ ହୋଇଥିବାରୁ +୨ ଖାତା ଦେଖାରେ ଗୁରୁତର ବିଭ୍ରାଟ ସୃଷ୍ଟି […]

ଖାତା ଦେଖୁନଥିବା ଶିକ୍ଷକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

teachers

Advertisment

ଭୁବନେଶ୍ୱର: ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ଆସୁନଥିବା ଅଧ୍ୟାପକଙ୍କୁ ନିଲମ୍ବନ କର। ଯୁକ୍ତ ଦୁଇ ଖାତା ଦେଖିବାକୁ ଆସୁନଥିବା ପରୀକ୍ଷକଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏ ନେଇ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନରେ ବହୁ ସଂଖ୍ୟାରେ ଅଧ୍ୟାପକ ସାମିଲ ହୋଇଥିବାରୁ +୨ ଖାତା ଦେଖାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଖାତା ଦେଖୁନଥିବା ଶିକ୍ଷକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ସରକାର ଆଲୋଚନା ବଦଳରେ ଧମକ ଦେଉଥିବାରୁ ଏହାକୁ ବନ୍ଧୁକ ମୁନରେ ଶାସନ ବୋଲି କହିଛି ଶିକ୍ଷକ ସଂଘ। ତେବେ ଏଭଳି ଧମକ ସତ୍ତ୍ୱେ ଆନ୍ଦୋଳନ ବନ୍ଦ୍ ହେବନି ବରଂ ଅଧିକ ତୀବ୍ର ହେବ ବୋଲି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଚେତାବନୀ ଦେଇଛି।

Advertisment
Teachers Agitation Plus 2 Evaluation Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ