one side love affair
ରାଉରକେଲା: ଏକ ତରଫା ପ୍ରେମ ଯୋଗୁଁ ଯୁବକଙ୍କୁ ବୀଭତ୍ସ ହତ୍ୟା। ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି।
ରାଉରକେଲା କୁଆରମୁଣ୍ଡା ବ୍ଲକର ଜଗଦୀଶପୁର ଗାଁରେ ଅର୍ବିସ ଏକ୍କା ନାମକ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ଧରି ଅର୍ବିସ୍ ଜଗଦୀଶପୁର ଗାଁର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ।
ଏନେଇ ଯୁବତୀଙ୍କ ପରିବାର ଲୋକେ ପୂର୍ବରୁ ଅର୍ବିସଙ୍କୁ ମାଡ଼ ମଧ୍ୟ ମାରିଥିଲୋ ତେବେ ଗତକାଲି ରାତିରେ ଯୁବତୀଙ୍କ ବିବାହ ହେଉଥିବା ଖବର ପାଇ ତାଙ୍କ ଘରେ ଯାଇ ପହଞ୍ଚିଥିଲେ ଅର୍ବିସ୍। ଏପରିକି ଗଣ୍ଡଗୋଳ ଯାଏଁ କଥା ଯାଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, କୁଆରମୁଣ୍ଡା ଥାନା ପୋଲିସର ଘଟଣାର ଛାନଭିନ୍ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/one-side-love-affair_1626433038.jpg)